ହାମିଲଟନ:ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ । ମହିଳା ବିଶ୍ବକପ ମ୍ୟାଚରେ ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି ମିତାଲି । ପୂର୍ବରୁ ଏହି ରେକର୍ଡ ହାସଲ କରିଥିଲେ ଅଷ୍ଟ୍ରେଲିଆ ମହିଳା ଦଳର ପୂର୍ବତନ ଅଧିନାୟକ ବେଲିଣ୍ଡା କ୍ଲାର୍କ । ଏବେ ମିତାଲି କ୍ଲାର୍କଙ୍କୁ ପଛରେ ପକାଇ ଏହି ରେକର୍ଡ ହାସଲ କରିଛନ୍ତି । ଆଜି ମହିଳା ବିଶ୍ବକପର ଦଶମ ମ୍ୟାଚରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଲଢେଇରେ ଏହି ରେକର୍ଡ ହାତେଇଛନ୍ତି ମିତାଲି ।
ଏହା ମଧ୍ୟ ପଢନ୍ତୁ :-Women's ODI Rankings: ଚତୁର୍ଥ ସ୍ଥାନକୁ ଖସିଲେ ମିତାଲି ରାଜ
ଆଜି ମିତାଲିଙ୍କ ଅଧିନାୟକତ୍ବରେ ହାମିଲଟନରେ ୨୪ ତମ ବିଶ୍ବକପ ମ୍ୟାଚ ଖେଳା ଯାଉଛି । ଏହା ପୂର୍ବରୁ ୨୩ଟି ବିଶ୍ବକପ ମ୍ୟାଚରେ ମିତାଲି ଅଧିନାୟକତ୍ବ କରି 14ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାଜିତ ହୋଇଛନ୍ତି ଭାରତୀୟ ମହିଳା ଟିମ୍ । ଏହା ପୂର୍ବରୁ ବେଲିଣ୍ଡା କ୍ଲାର୍କ ୨୩ ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ । ଆଇସିସି ମହିଳା ବିଶ୍ବକପରେ ଆଜି ଭାରତ ଓ୍ବେଷ୍ଟ ଇଣ୍ଡିଜ ମୁକାବିଲା ଜାରି ରହିଛି । ଭାରତୀୟ ଦଳ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୧୭ ରନ ସଂଗ୍ରହ କରିଛି । ଏହା ପୂର୍ବରୁ ଭାରତୀୟ ଦଳ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ଓ ଗୋଟିଏରେ ପରାଜିତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ