ଓଡିଶା

odisha

ETV Bharat / sports

Mens Emerging Asia Cup: ଭାରତ 'ଏ'ର ବିଜୟଧାରା ଜାରି, 9 ୱିକେଟରେ ହାରିଲା ନେପାଳ

ଏସିସି ପୁରୁଷ ଏମର୍ଜିଂ ଏସିଆ କପ୍ ଦ୍ବିତୀୟ ମ୍ୟାଚରେ ଭାରତ ନେପାଳକୁ ଭେଟିଥିଲା । ନେପାଳକୁ 9 ୱିକେଟ ପରାସ୍ତ କରି ଲାଗାତର ଦ୍ବିତୀୟ ବିଜୟ ହାସଲ କରିଛି ଭାରତ-ଏ । ଅଧିକ ପଢ଼ନ୍ତୁ

Mens Emerging Asia Cup
ପୁରୁଷ ଏମର୍ଜିଂ ଏସିଆ କପ୍

By

Published : Jul 18, 2023, 10:37 AM IST

ନୂଆଦିଲ୍ଲୀ:ଏସିସି ପୁରୁଷ ଏମର୍ଜିଂ ଏସିଆ କପ୍ କ୍ରିକେଟରେ ଭାରତ-ଏ'ର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ନେପାଳ ବିପକ୍ଷ ମୁକାବିଲାରେ 9 ୱିକେଟରେ ବିଜୟ ହାସଲ କରିଛି ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ । ପ୍ରଥମ ମୁକାବିଲାରେ ୟୁଏଇକୁ ହରାଇବା ପରେ ଦ୍ବିତୀୟ ମ୍ୟାଚରେ ନେପାଳକୁ ହରାଇ ବିଜୟଧାରା ଜାରି ରଖିଛି ଭାରତ-ଏ । ନେପାଳ ବିପକ୍ଷ ମୁକାବିଲାରେ ସାଇ ସୁଦର୍ଶନ ଓ ଅଭିଷେକଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ-ଏ ବିଜୟ ହାସଲ କରିିଛି ।

ଏହା ବି ପଢନ୍ତୁ...ଟିମ୍‌ ଇଣ୍ଡିଆକୁ ଫେରିବେ ବୁମ୍‌ରା ! ଏଥର ଭାଙ୍ଗିବ ଷ୍ଟମ୍ପ୍‌

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନେପାଳ । 167ରନ୍‌ କରି ଆଲଆଉଟ ହେଇଥିଲା ନେପାଳ । ଦଳ ପକ୍ଷରୁ ଅଧିନାୟକ ରୋହିତ ପୌଡେଲ ସର୍ବାଧିକ 65 ରନ, ଗୁଲସନ ଝା' 38, ଦେବ ଖନଲ 15 ରନ କରିଥିଲେ । ଭାରତ ଏ' ପକ୍ଷରୁ ନିଶାନ୍ତ 3.2 ଓଭରରେ 14 ରନ ଦେଇ 4ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ରାଜବର୍ଦ୍ଧନ 3ଟି ହର୍ଷିତ ରାଣା 2ଟି ଓ ମାନବ ସୁଥର ଗୋଟିଏ ୱିକେଟ ନେଇଥିଲେ ।

167 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଓପନର ସାଇ ସୁଦର୍ଶନ ଓ ଅଭିଶେକ ଶର୍ମା ଦୃଢ ବ୍ୟାଟିଂ କରି ଦଳୀୟ ସ୍କୋରକୁ 139ରେ ପହଞ୍ଚାଇ ଦେଇଥିଲେ । ଅଭିଶେକ ଶର୍ମା 69 ବଲରେ 87 ରନ କରି ପ୍ରଥମେ ଆଉଟ ହୋଇଥିଲେ । ସାଇ ସୁଦର୍ଶନ କ୍ରିଜରେ ରହି ଅର୍ଦ୍ଧଶତକ ହାସଲ କରିଥିଲେ । ଧ୍ରୁବ ଜୁରେଲଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ । ସାଇ ସୁଦର୍ଶନ 58 ରନ ଓ ଜୁରେଲ 21 ରନ କରିଥିଲେ । ଭାରତୀୟ ଦଳ ଦ୍ବିତୀୟ ବିଜୟ ସହ 4 ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...IndW vs BanW 1st ODI: ଇତିହାସ ରଚିଲା ବାଂଲାଦେଶ, ପ୍ରଥମ ଥର ପାଇଁ ହାରିଲା ଭାରତ

ପ୍ରକାଶଥାଉ କି, ରୁଷ୍‌ ଏମର୍ଜିଂ ଏସିଆ କପରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ-ଏ' । ଏହି ମ୍ୟାଚରେ 8 ୱିକେଟରେ ବିଜୟ ହାସଲ କରିଥିବା ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ' ଦଳ । ଏହି ମ୍ୟାଚରେ ଅଧିନାୟକ ୟଶ ଧୂଳ ଦମଦାର ଇନିଂସ ଖେଳିଥିଲେ । 175ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ-ଏ' 8 ୱିକେଟରେ ୟୁଏଇକୁ ପରାସ୍ତ କରି ଜବରଦସ୍ତ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ୟଶ ଧୂଳ ଅପରାଜିତ ଅର୍ଦ୍ଧିଶତକ ହାସଲ କରି ଦଳୀକୁ ବିଜୟୀ କରାଇଥିଲେ । ଚଳିତ ପୁରୁଷ ଏମର୍ଜିଂ ଏସିଆ କପରେ 8ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓମାନ ଏବଂ ଗ୍ରୁପ-ବି'ରେ ଭାରତ, ପାକିସ୍ତାନ,ନେପାଳ ଓ ୟୁଏଇ ସାମିଲ ହୋଇଛନ୍ତି । ଭାରତ ତାର ପରବର୍ତ୍ତୀ ମୁକାବିଲା ଆସନ୍ତାକାଲି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ।

ABOUT THE AUTHOR

...view details