ଓଡିଶା

odisha

By

Published : Dec 8, 2021, 3:38 PM IST

ETV Bharat / sports

ICC Test Rankings: ବ୍ୟାଟର ତାଲିକାର ୧୧ତମ ସ୍ଥାନରେ ମୟଙ୍କ, ଅଲରାଉଣ୍ଡର ତାଲିକାର ଦ୍ବିତୀୟରେ ଅଶ୍ବିନ

ICC ଟେଷ୍ଟ ରାଙ୍କିଂର ବ୍ୟାଟର ତାଲିକାରେ ୧୧ତମ ସ୍ଥାନରେ ପହଞ୍ଚିଲେ ଭାରତୀୟ ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ । ଟେଷ୍ଟ ଅଲ୍‌ରାଉଣ୍ଡର ରାଙ୍କିଂରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ରବିଚନ୍ଦ୍ରନ ଅଶ୍ବିନ୍‌ । ଅଧିକ ପଢ଼ନ୍ତୁ

ICC Test Rankings: ବ୍ୟାଟର ତାଲିକାର ୧୧ତମ ସ୍ଥାନରେ ମୟଙ୍କ, ଅଲରାଉଣ୍ଡର ତାଲିକାର ଦ୍ବିତୀୟରେ ଅଶ୍ବିନ
ICC Test Rankings: ବ୍ୟାଟର ତାଲିକାର ୧୧ତମ ସ୍ଥାନରେ ମୟଙ୍କ, ଅଲରାଉଣ୍ଡର ତାଲିକାର ଦ୍ବିତୀୟରେ ଅଶ୍ବିନ

ଦୁବାଇ:ICC ଟେଷ୍ଟ ରାଙ୍କିଂର ବ୍ୟାଟର ତାଲିକାରେ ୧୧ତମ ସ୍ଥାନରେ ପହଞ୍ଚିଲେ ଭାରତୀୟ ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ । ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ମୟଙ୍କ । ସେ ପ୍ରଥମ ଇନିଂସରେ ୧୫୦ ରନ୍‌ କରିଥିବା ବେଳେ ଦ୍ବିତୀୟ ଇନିଂସରେ ସେ ୬୨ ରନ୍‌ କରିଥିଲେ । ଏହି ମ୍ୟାଚ୍‌ରେ ଭାରତ ବିପୁଳ ବିଜୟ ହାସଲ କରିଥିଲା ।

ICC Test Rankings: ବ୍ୟାଟର ତାଲିକାର ୧୧ତମ ସ୍ଥାନରେ ମୟଙ୍କ, ଅଲରାଉଣ୍ଡର ତାଲିକାର ଦ୍ବିତୀୟରେ ଅଶ୍ବିନ

ସେପଟେ ଟେଷ୍ଟ ଅଲ୍‌ରାଉଣ୍ଡର ରାଙ୍କିଂରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି ରବିଚନ୍ଦ୍ରନ ଅଶ୍ବିନ୍‌ । ସେମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ଦୁଇଟି ଇନିଂସରେ ସେ ମୋଟ ୮ଟି ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ରେ ସେ ମ୍ୟାନ ଅଫ ଦି ସିରିଜ୍‌ ମଧ୍ୟ ବିବେଚିତ ହୋଇଥିଲେ ।

ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ୍‌ ପଟେଲ୍‌ଙ୍କ ମଧ୍ୟ ଟେଷ୍ଟ ରାଙ୍କିଂରେ ଉନ୍ନତି ଘଟିଛି । ସେ ୨୩ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ଭାରତ ବିପକ୍ଷରେ ଗୋଟିଏ ଇନିଂସରେ ୧୦ଟି ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ସେ ୫୩ତମ ସ୍ଥାନରେ ରହିଥିଲେ । ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ତାଙ୍କ ରାଙ୍କିଂ ୬୨ ରହିଥିଲା ।

ସେପଟେ ଅଲ୍‌ରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବୋଲର ତାଲିକାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଜଶପ୍ରୀତ ବୁମରା ଦଶମ ସ୍ଥାନରେ ସ୍ଥିର ରହିଛନ୍ତି । ବ୍ୟାଟର ତାଲିକାରେ ଟପ୍‌ ୧୦ ଜଣଙ୍କ ମଧ୍ୟରେ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details