ଓଡିଶା

odisha

ETV Bharat / sports

'ଭାରତରେ ନୁହେଁ ୟୁଏଇରେ ହୋଇପାରେ ଟି-20 ବିଶ୍ବକପ'

ଦେଶର କୋଭିଡ-19 ସ୍ଥିତି ସଂପୂର୍ଣ୍ଣ ଠିକ୍‌ ହୋଇନଥିବାରୁ ଟି20 ବିଶ୍ବକପ ଭାରତରେ ନୁହେଁ ବରଂ ୟୁଏଇରେ ଆୟୋଜନ କରିପାରେ ବିସିସିଆଇ । ଅଧିକ ପଢନ୍ତୁ...

By

Published : Jun 26, 2021, 7:54 PM IST

May shift T20 WC to UAE due to COVID-19 situation: BCCI Secretary Jay Shah
'ଭାରତରେ ନୁହେଁ ୟୁଏଇରେ ହୋଇପାରେ ଟି20 ବିଶ୍ବକପ'

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ମେଗା ଟୁର୍ଣ୍ଣାମେଣ୍ଟ ଟି20 ବିଶ୍ବକପର ଆୟୋଜକ ରହିଛି ଭାରତ । ଚଳିତ ବର୍ଷ ଶେଷ ଭାଗରେ ଏହି ହାଇଭୋଲଟେଜ ଆଇସିସି ଇଭେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଦେଶର କୋଭିଡ-19 ସ୍ଥିତି ସଂପୂର୍ଣ୍ଣ ଠିକ୍‌ ହୋଇନଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ନୁହେଁ ବରଂ ୟୁଏଇରେ ଆୟୋଜନ କରିପାରେ ବିସିସିଆଇ । ଶନିବାର ଏମିତି କିଛି ସଙ୍କେତ ଦେଇଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ।

"ଦେଶରେ କୋଭିଡ-19 ସ୍ଥିତି ଗମ୍ଭୀର ଯୋଗୁଁ ଆମେ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ସ୍ଥାନାନ୍ତର କରିପାରୁ । ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେଇ ଘୋଷଣା ହେବ, ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ଓ ଖେଳାଳିଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଆମର ପ୍ରାଥମିକତା ।" ଏହା କହିଛନ୍ତି ଶାହା ।

ଅନ୍ୟପଟେ ଇଣ୍ଡିଆଲ ପ୍ରିମିୟର ଲିଗ୍‌(ଆଇପିଏଲ)ର 14ତମ ସଂସ୍କରଣର ଅବଶିଷ୍ଟାଂଶ ମଧ୍ୟ ୟୁଏଇରେ ଶେଷ ହେବ । ସେପ୍ଟେମ୍ବର 19ରୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳାଯିବ । ଅକ୍ଟୋବର 15ରେ ଫାଇନାଲ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details