ମୁମ୍ବାଇ:ଆଜିକାଲି ପ୍ରତ୍ୟେକ ଖେଳରେ କୌଶଳ ସହ ଟେକ୍ନୋଲୋଜିର ବ୍ୟବହାର ହେଉଛି । ସେ ଫୁଟବଲ ହେଉ କି କ୍ରିକେଟ । ପ୍ରତ୍ୟେକ ଖେଳାଳିଙ୍କ କୌଶଳ ସମୀକ୍ଷା କରିବାକୁ ଏହି ଟେକ୍ନୋଲୋଜିକୁ ଆପଣାଉଛନ୍ତି ପ୍ରତ୍ୟେକ ଖେଳାଳି ବା କୋଚ୍ । ଏହାଦ୍ବାରା ପ୍ରତିପକ୍ଷ ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ଅତି ସହଜରେ ଜାଣି ହେଉଛି । ତେବେ ପୂର୍ବରୁ କୌଣସି ଖେଳରେ ଏଭଳି ଟେକ୍ନୋଲୋଜି ବ୍ୟବହାର ହେଉନଥିଲା । ଏହାକୁ ନେଇ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ।
ଏକ ସାକ୍ଷାତକାରରେ ସଚିନ ତେନ୍ଦୁଲକର ପୂର୍ବରୁ କେଉଁଭଳି ଭାବରେ କ୍ରିକେଟ ଖେଳାଯାଉଥିଲା ତାହା ମନେ ପକାଇଛନ୍ତି । ୨୦୦୨ ମସିହାରେ ପ୍ରଥମ ଥର ପାଇଁ ସେ ଡ୍ରେସିଂ ରୁମରେ ଏକ ଲ୍ୟାପଟପ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି । ସେହି ସମୟରେ ଡ୍ରେସିଂ ରୁମରେ ଲ୍ୟାପଟପର କଣ ଆବଶ୍ୟକତା ବୋଲି ତାଙ୍କ ମନକୁ ପ୍ରଶ୍ନ ଆସିଥିଲା । କିନ୍ତୁ ସମୟ ସହ ସେ ଏଭଳି ଉପକରଣ ଓ ଟେକ୍ନୋଲୋଜିକୁ ଆପଣେଇ ନେଲେ ।
ଏହାକୁ ନେଇ ସଚିନ ତେନ୍ଦୁଲକର କହିଛନ୍ତି ଯେ, "ଆଜି ଟେକ୍ନୋଲୋଜି ସବୁକିଛି ବଦଳାଇ ଦେଇଛି । ୨୦୦୨ ମସିହାରେ ଡ୍ରେସିଂ ରୁମକୁ ଜଣେ ଖେଳାଳି ଲ୍ୟାପଟପ ନେଇ ଆସିଲେ । ଏହା ଦେଖି ମୁଁ ତାଙ୍କୁ ପଚାରିଲି । ଡ୍ରେସିଂ ରୁମ୍ ମେ ଲ୍ୟାପଟପ କ୍ୟା କରେଗା ।"