ଲଣ୍ଡନ:ମେରିଲେବୋନ କ୍ରିକେଟ କ୍ଳବକୁ ୨୩୪ ବର୍ଷ ପରେ ମିଳିଲା ମହିଳା ସଭାପତି । ଇଂଲଣ୍ଡର ପୂର୍ବତନ କ୍ୟାପଟେନ କ୍ଳାରେ କୋନୋର ଶୁକ୍ରବାର MCC(ମେରିଲେବୋନ କ୍ରିକେଟ କ୍ଳବ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । କ୍ଳବର ୨୩୪ ବର୍ଷର ଇତିହାସରେ ଏହି ପଦ ଭାର ସମ୍ଭାଳଥିବା ପ୍ରଥମ ମହିଳା ହୋଇଛନ୍ତି କୋନୋର ।
ପୂର୍ବତନ ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରା ଗତବର୍ଷ କ୍ଳବର ବାର୍ଷିକୀ ବୈଠକରେ କୋନୋରଙ୍କ ନାମାଙ୍କନ ଘୋଷଣା କରିଥିଲେ । ମାତ୍ର COVID-19 କାରଣରୁ ତାଙ୍କୁ ପଦ ସମ୍ଭାଳିବାକୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।