ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗ(IPL) ବିଶ୍ବର ବୃହତ ଓ ଚର୍ଚ୍ଚିତ ଟି-୨୦ କ୍ରିକେଟ ଲିଗ୍ । ଏହି କାରଣରୁ ବିଶ୍ବର ପ୍ରାୟ ସମସ୍ତ ଷ୍ଟାର କ୍ରିକେଟର ଏହି ଲିଗ୍ରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ରହିଥାନ୍ତି । କେବଳ ଖେଳାଳି ନୁହଁନ୍ତି ବରଂ ବିଶ୍ବର ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ଗୁଡିକଙ୍କର ନଜର ଏହି ଟୁର୍ଣ୍ଣାମେଣ୍ଟ ଉପରେ ରହିଥାଏ । ଏକ ପ୍ରତିଷ୍ଠିତ ଫୁଟବଲ କ୍ଳବ ମଧ୍ୟ ଏହି କ୍ରମରେ ସାମିଲ ହେବାପରେ ଚର୍ଚ୍ଚାରେ ରହିଛି ।
ଆଇପିଏଲର ୧୫ତମ ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ଦୁଇଟି ନୂଆ ଟିମ ସାମିଲ ହେବେ । ଫୁଟବଲର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍ ମାଲିକ ଗ୍ଳେଜର ଫ୍ୟାମିଲି, ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଏହି କାରଣରୁ ବୋଧହୁଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସେପ୍ଟେମ୍ବର ୨୧ରେ ଟେଣ୍ଡର ନିମନ୍ତ୍ରଣ(ITT) କିଣିବା ଅବଧିକୁ ଅକ୍ଟୋବର ୫ ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଘୁଞ୍ଚା ଦିଆଯାଇଥିବା ନେଇ ଘୋଷଣା କରିଥିଲା ।