କୋଲକାତା: ଗୁରୁବାର 49ତମ ଜନ୍ମଦିନ ପାଳୁଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲି । ଫଳରେ ଗାଙ୍ଗୁଲିଙ୍କ ପାଖକୁ କ୍ରିକେଟର, ରାଜନେତା ଓ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଚାନକ ଦାଦାଙ୍କ ବେହାଲାସ୍ଥିତ ବାସଭବନରେ ପହଞ୍ଚିଥିଲେ ଓ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।
ପ୍ରାୟ 45 ମିନିଟ ଗାଙ୍ଗୁଲିଙ୍କ ବାସଭବନରେ ଦିଦି ବିତାଇବା ସହ ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ ।