ଓଡିଶା

odisha

By

Published : Jul 11, 2021, 10:59 PM IST

ETV Bharat / sports

ଟେଷ୍ଟ କ୍ରିକେଟରୁ ମହମୁଦୁଲ୍ଲାଙ୍କ ସନ୍ୟାସ !

ବାଂଲାଦେଶ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲା ଟେଷ୍ଟ କ୍ରିକେଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

MAHMUDULLAH EXPRESSED HIS DESIRE NOT TO PLAY TEST CRICKET FURTHER
ଟେଷ୍ଟ କ୍ରିକେଟରୁ ମହମୁଦୁଲ୍ଲାଙ୍କ ସନ୍ୟାସ !

ହରାରେ:ଜିମ୍ବାୱେ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଅପରାଜିତ 150 ରନର ଇଂନିସ ଖେଳିଥିବା ବାଂଲାଦେଶ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲା ଆଗକୁ ଟେଷ୍ଟ କ୍ରିକେଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ପ୍ରମୁଖ କ୍ରିକେଟ ୱେବସାଇଟ କ୍ରିକବଜର ରିପୋର୍ଟ ଅନୁଯାୟୀ, ଏପରି ଘୋଷଣା ଦ୍ବାରା ମହମୁଦୁଲ୍ଲା ଟିମର ସାଥୀ ଖେଳାଳି ଓ ମ୍ୟାନେଜମେଣ୍ଟକୁ ଚକିତ କରିଛନ୍ତି ।

ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ ପରେ ଆଗକୁ ଟେଷ୍ଟ ମ୍ୟାଚ ଖେଳିବାକୁ ଚାହୁଁନାହାନ୍ତି ମହମୁଦୁଲ୍ଲା । ମାତ୍ର ଔପଚାରିକ ଭାବେ ବୋର୍ଡକୁ ଜଣାଇନାହାନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)ର ଏକ ଶୀର୍ଷ ଅଧିକାରୀ ଏନେଇ ଖୁଲାସା କହିଛନ୍ତି ।

ମହମୁଦୁଲ୍ଲା ନିଜେ ସ୍ବୀକାର କରିଛନ୍ତି ଯେ ଏହି ଅବସରରେ ଖୁସି ନାହାନ୍ତି । ତେବେ ଟେଷ୍ଟ କ୍ରିକେଟରେ ମାନସିକ ସ୍ତରରେ ଅସହଜ ଅନୁଭବ କରୁଛନ୍ତି ।

ମହମୁଦୁଲ୍ଲାଙ୍କ ଏପରି ନିଷ୍ପତ୍ତି ଆଶ୍ଚର୍ଯ୍ୟକର, କାରଣ ତିନୋଟି ଫର୍ମାଟରେ ଖେଳିବାନେଇ ମଞ୍ଜୁରୀ ଦେଇଥିଲେ । ଜାତୀୟ ବୋର୍ଡ ସହ ଅନୁବନ୍ଧିତ ସମସ୍ତ ଖେଳାଳି ତିନୋଟି ଫର୍ମାଟରେ ଖେଳିବାକୁ ମଞ୍ଜୁରୀ ଦେଇଥିବା BCB କ୍ରିକେଟ ପରିଚାଳନା ଅଧ୍ୟକ୍ଷ ଅଫରମ ଖାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details