ଓଡିଶା

odisha

ETV Bharat / sports

ଅବସର ପରେ ବି ପ୍ରିୟ କ୍ୟାପଟେନ କୁଲ, କ୍ରିକେଟ ଜଗତ ପ୍ରତି ରହିଛି ଅତୁଳନୀୟ ଅବଦାନ

କ୍ୟାପଟେନ କୁଲ, ମାହି, ରାଞ୍ଚି ରାଜକୁମାର ତଥା ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଜି ଜନ୍ମଦିନ । 40ବର୍ଷ ବୟସରେ ପର୍ଦାପଣ କରିଛନ୍ତି ଧୋନି । ଅଧିକ ପଢନ୍ତୁ...

ରାଞ୍ଚି ରାଜକୁମାର ଧୋନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା
ରାଞ୍ଚି ରାଜକୁମାର ଧୋନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା

By

Published : Jul 7, 2021, 11:57 AM IST

ରାଞ୍ଚି: କ୍ରିକେଟ ଜଗତରେ କେବଳ ଧୋନିଙ୍କ ନାମ ହିଁ କାଫି । କମ ସମୟରେ କ୍ରିକେଟରେ ଏକ ରେକର୍ଡ କରି ଦୁନିଆରେ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଝାଡଖଣ୍ଡ ପୁଅ ମହେନ୍ଦ୍ର ସିଂ ଧୋନି । ଆଜି 40 ବର୍ଷରେ ପଦାର୍ପଣ କରିଛନ୍ତି ଧୋନି । କ୍ରିକେଟ ଜଗତର ଅନ୍ୟତମ ସଫଳ କ୍ୟାପଟେନ ମାହି । ଜନ୍ମଦିନ ଅବସରରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

1981 ମସିହା ଆଜିର ଦିନରେ ଝାଡଖଣ୍ଡର ପାନ ସିଂ ଧୋନି ଓ ଦେବକୀ ଦେବୀଙ୍କ କୋଳରେ ଜନ୍ମ ହୋଇଥିଲେ ଧୋନି । ଏକ ମଧ୍ୟବିତ ପରିବାରରେ ଏହି କ୍ରିକେଟରଙ୍କ ଜନ୍ମ । ସ୍ବପ୍ନ ପୂରା କରିବାକୁ ଧୋନିଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡିଛି । 2011ରେ ଭାରତକୁ ବିଶ୍ବ କପ ଜିତାଇବାରେ ଧୋନୀଙ୍କ ଅବଦାନ ଥିବା ଅତୁଳନୀୟ । ଧୋନି ପିଲାଟି ବେଳୁ ଶାନ୍ତ ନମ୍ର ଥିଲେ ।

ଗୋଲକିପରରୁ ୱିକେଟ କିପରର ଯାତ୍ରା...

କେବେ ପଛକୁ ଫେରି ଚାହୁଁ ନଥିବା ମାହି ସ୍କୁଲ ଟିମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଫୁଟବଲ ଗୋଲ କିପର କେତେବେଳେ ଯେ ଶ୍ରେଷ୍ଠ ୱିକେଟ କିପର ହୋଇଗଲେ ତାହା କେବଳ ସେ ହିଁ ଜାଣିଛନ୍ତି । ଏଚ-122 କ୍ବାର୍ଟରେ ପରିବାର ସହିତ ରହୁଥିଲେ ଧୋନି । ଏହା ପରେ ସେ ଇ-25 କ୍ବାର୍ଟରକୁ ଯାଇଥିଲେ । ସେଠାରେ ହିଁ ତାଙ୍କ କ୍ରିକେଟର କ୍ୟାରିୟର ଆରମ୍ଭ ହୋଇଥିଲା ।

23 ଡିସେମ୍ବର 2004ରେ ଆନ୍ତର୍ଜାତୀୟ କ୍ରିକେଟରେ ରଖିଥିଲେ ପାଦ...

DAV ଶ୍ୟାମାଲି ସ୍କୁଲ ଗ୍ରାଉଣ୍ଡରୁ ଆରମ୍ଭ କରି ମେକନ ଷ୍ଟାଡିୟମ, ହରମୁ ଷ୍ଟାଡିୟମ ଏବଂ ଝାଡଖଣ୍ଡର ଗଳି କନ୍ଦିରେ ଖେଳି ସାରିଥିବା ଏମଏସ ଧୋନି 23 ଡିସେମ୍ବର 2004ରେ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ପାଦ ଥାପିଥିଲେ । 2004ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । 2006 ଡିସେମ୍ବର 1ରେ ଟି-20ରେ ପ୍ରଥମ ମ୍ୟାଚ ଖେଳିଥିଲେ । କ୍ରକେଟରେ ଯେତେ ଯେତେ ସଫଳ ହେଲେ ତାଙ୍କ କ୍ୟାରିୟର ଗ୍ରାଫ ସେତେ ଉପରକୁ ଉଠିବାକୁ ଲାଗିଲା । ଏହା ପରେ ମାହି ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସ୍କୁଲ ସମୟରୁ ହିଁ ଜିତିବା ତାଙ୍କ ଲକ୍ଷ୍ୟ ଥିଲା । ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ମାହିଙ୍କ ଲକ୍ଷ୍ୟ ହୋଇଗଲା ଓ ତାଙ୍କ ଭାଗ୍ୟ ମଧ୍ୟ ତାଙ୍କୁ ସାଥ ଦେଲା ।

ମାହିଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଖ୍ୟା ମିଳିଛି...

ମହେନ୍ଦ୍ର ସିଂ ଧୋନି ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଖ୍ୟା ପାଇଛନ୍ତି । ମାହିଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଭାରତର ଜଣେ ସଫଳତମ ଦିନିକିଆ ଅନ୍ତର୍ଜାତୀୟ ଅଧିନାୟକ ଧୋନି ଭାରତୀୟ ଏକ ଦିନିକିଆ ଦଳର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଜଣାଶୁଣା । ମହେନ୍ଦ୍ର ସିଂ ଧୋନି ବ୍ୟାଡମିଣ୍ଟନ ଏବଂ ଫୁଟବଲ ପ୍ରତି ମଧ୍ୟ ଆଗ୍ରହୀ ଥିଲେ ।

ଧୋନି ଫୁଟବଲରେ ଗୋଲକିପର ଭାବେ ଜଣାଶୁଣା...

ଧୋନି ତାଙ୍କ ଫୁଟବଲ ଦଳର ଗୋଲକିପର ମଧ୍ୟ ରହିଛନ୍ତି । ଯାହା ତାଙ୍କ ଫୁଟବଲ ପ୍ରଶିକ୍ଷକଙ୍କ ଦ୍ବାରା ସ୍ଥାନୀୟ କ୍ରିକେଟ୍ କ୍ଲବରେ କ୍ରିକେଟ୍ ଖେଳିବାକୁ ପଠାଯାଇଥିଲା । ତେବେ ସେ କ୍ରିକେଟ୍ ଖେଳି ନଥିଲେ। ତଥାପି, ଧୋନି ତାଙ୍କ ୱିକେଟ୍ କିପିଂ କୌଶଳ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ । 1994 ରୁ 1998 ପର୍ଯ୍ୟନ୍ତ କମାଣ୍ଡୋ କ୍ରିକେଟ୍ କ୍ଲବର ନିୟମିତ ୱିକେଟ୍ କିପର ହୋଇଥିଲେ । 1997-98ରେ ବିନୁ କମାଣ୍ଡୋ ଟ୍ରଫି ଅଣ୍ଡର -16 ଚାମ୍ପିଅନସିପରେ ମନୋନୀତ ହୋଇଥିଲେ । ଯେଉଁଠାରେ ସେ ଭଲ ପ୍ରଦର୍ଶନ କରିଥିଲେ । ଦଶମ ପରେ ହିଁ ଧୋନି କ୍ରିକେଟ ପ୍ରତି ଅଧିକ ଧ୍ୟାନ ଦେଇଥିଲେ । ପରେ ସେ ଜଣେ ଭଲ ୱିକେଟ କିପର ଭାବରେ ଉଭା ହୋଇଥିଲେ ।

ରେଳୱରେ TTI ଭାବେ କାର୍ଯ୍ୟ...

2003 ମସିହାରେ ଧୋନି ଖଡଗପୁର ରେଳ ଷ୍ଟେସନରେ ଟ୍ରେନ୍ ଟିକେଟ୍ ଯାଞ୍ଚକାରୀ ଭାବରେ କାର୍ଯ୍ୟ କରିଥିଲେ । ଧୋନି 1998ରେ ବିହାର ଅଣ୍ଡର -19 ଦଳ ସହିତ ନିଜର ବୃତ୍ତିଗତ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । 1999-2000 ମସିହାରେ ଧୋନି ବିହାର ରଣଜୀ ଦଳରେ ଖେଳି ଡେବ୍ୟୁ କରିଥିଲେ । ଦେଓଧର ଟ୍ରଫି, ଦିଲ୍ଲୀପ ଟ୍ରଫି ପାଇଁ ଖେଳିଥିଲେ । ଯେଉଁଠାରେ ତାଙ୍କର ପ୍ରଦର୍ଶନ ଯୋଗୁଁ ତାଙ୍କୁ ଜାତୀୟ ଦଳ ଚୟନ କମିଟି ଧ୍ୟାନ ଦେଇଥିଲେ । 2004 ମସିହାରେ, ଏକ ଦଳ ଚୟନ କମିଟି ବୈଠକରେ ସୌରଭ ଗାଙ୍ଗୁଲିଙ୍କୁ ପଚରାଯାଇଥିଲା ଯେ ଦଳରେ ୱିକେଟ୍ କାହାକୁ କରିବା ଗାଙ୍ଗୁଲି କହିଥିଲେ ଯେ ମୁଁ ଏମଏସ ଧୋନିଙ୍କୁ ୱିକେଟ୍ କିପର କରିବାକୁ ଚାହୁଁଛି । ଧୋନି 2004 ରେ ବାଂଲାଦେଶ ବିପକ୍ଷରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ, ସେହି ଦିନଠାରୁ ଧୋନି କ୍ରିକେଟରେ ବହୁତ ଆଗକୁ ଆସିଛନ୍ତି ।

2012ରେ ବିଶ୍ବ କପ ଜିତିବାରେ ଧୋନିଙ୍କ ପ୍ରଦର୍ଶନ ତାଙ୍କୁ ଆହୁରି ପ୍ରଶଂସନୀୟ କରିଥିଲା । ତାଙ୍କୁ କ୍ୟାପଟେନ କୁଲ ନାମରେ ସମସ୍ତେ ଜାଣିଥାନ୍ତି । ପରିସ୍ଥିତି ଯେମିତି ବି ହେଉ ନା କାହିଁକି ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି ଧୋନୀ । ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଦଳରେ ଅଧିନାୟକ ଅଛନ୍ତି ଧୋନୀ । ଧୋନୀଙ୍କ ଜୀବନୀକୁ ନେଇ ଏକ ବାୟୋପିକ ପ୍ରସ୍ତୁତ ହୋଇଛି 'ଏମଏସ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details