ଓଡିଶା

odisha

ETV Bharat / sports

ଧୋନି ପୁଣି ଝାଡଖଣ୍ଡର ସବୁଠୁ ବଡ ଟିକସଦାତା

କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିଲେ ମଧ୍ୟ, ତାଙ୍କର ବାର୍ଷିକ ଆୟ ଉପରେ କୌଣସି ପ୍ରଭାବ ପଡିନାହିଁ । ଗତ ଗୋଟିଏ ବର୍ଷ ମଧ୍ୟରେ ଧୋନିଙ୍କ ଆୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

MAHENDRA SINGH DHONI AGAIN BECAME THE BIGGEST TAXPAYER OF JHARKHAND
ଧୋନି ପୁଣି ଝାଡଖଣ୍ଡର ସବୁଠୁ ବଡ ଟିକସଦାତା

By

Published : Mar 31, 2022, 7:41 PM IST

ରାଞ୍ଚି: କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିଲେ ମଧ୍ୟ, ତାଙ୍କର ବାର୍ଷିକ ଆୟ ଉପରେ କୌଣସି ପ୍ରଭାବ ପଡିନାହିଁ । ଗତ ଗୋଟିଏ ବର୍ଷ ମଧ୍ୟରେ ଧୋନିଙ୍କ ଆୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆୟକର ବିଭାଗ ନିକଟରେ ଧୋନି ଜମା କରିଥିବା ଟ୍ୟାକ୍ସର ମୂଲ୍ୟ ଏହା ସ୍ପଷ୍ଟ କରୁଛି । ଧୋନି ବର୍ଷ ୨୦୨୧-୨୨ ପାଇଁ ଆୟକର ବିଭାଗକୁ ଆଡ୍‌ଭାନ୍ସ ଟ୍ୟାକ୍ସ ଭାବେ ୩୮ କୋଟି ଟ୍ୟାକ୍ସ ଦେଇଛନ୍ତି । ଏହି ପରିମାଣ ଗତବର୍ଷ ଅର୍ଥାତ ୨୦୨୦-୨୧ରେ ୩୦ କୋଟି ପାଖାପାଖି ରହିଥିଲା । ଆୟକର ବିଭାଗର ଉଚ୍ଚପଦସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହେନ୍ଦ୍ର ସିଂହ ଧୋନି ଏବର୍ଷ ମଧ୍ୟ ଝାଡଖଣ୍ଡର ସର୍ବାଧିକ ବ୍ୟକ୍ତିଗତ କରଦାତା ( individual tax payer) ହୋଇଛନ୍ତି ।

ବିଶେଷଜ୍ଞଙ୍କ ମୁତାବିକ ଧୋନିଙ୍କ ପକ୍ଷରୁ ଜମା କରାଯାଇଥିବା ୩୮ କୋଟି ଆଡଭାନ୍ସ ଟ୍ୟାକ୍ସ ଆଧାରରେ ବର୍ଷ ୨୦୨୧-୨୨ରେ ତାଙ୍କର ଆୟ ପ୍ରାୟ ୧୩୦ କୋଟି ହେବାର ଆଶା ରହିଛି । ଆୟକର ବିଭାଗର ସୂଚନା ଅନୁଯାୟୀ, ଧୋନି ଯେବେଠାରୁ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି, ସେବେଠାରୁ ଲଗାତାର ଝାଡଖଣ୍ଡରେ ବ୍ୟକ୍ତିଗତ ଶ୍ରେଣୀରେ ସବୁଠୁ ଅଧିକ କରଦାତା ରହିଛନ୍ତି । ବର୍ଷ ୨୦୧୯-୨୦ରେ ସେ ୨୮ କୋଟି ଓ ଏହାପୂର୍ବରୁ ୨୦୧୮-୧୯ରେ ମଧ୍ୟ ପ୍ରାୟ ସମାନ ପରିମାଣର ଟଙ୍କା ଆୟକର ପୈଠ କରିଥିଲେ । ଏହାପୂର୍ବରୁ ୨୦୧୭-୧୮ରେ ୧୨.୧୭ କୋଟି ଓ ୨୦୧୬-୧୭ରେ ୧୦.୯୩ କୋଟି ଇନକମ୍‌ ଟ୍ୟାକ୍ସ ଦେଇଥିଲେ।

ବର୍ଷ ୨୦୨୦ ଅଗଷ୍ଟ ୧୫ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଖେଳାଳି ଭାବେ ଦୂରରେ ଥିବା ସତ୍ତ୍ବେ, ଧୋନି ବ୍ୟବସାୟ ପିଚ୍‌ରେ ଜବରଦସ୍ତ ଇଂନିସ ଖେଳୁଛନ୍ତି । କ୍ରିକେଟର ଭାବେ ଆଇପିଏଲର ତାଙ୍କର ସ୍ଥାନ ସୁରକ୍ଷିତ ରହିଛି । ପୂର୍ବ ଭାରତୀୟ କ୍ୟାପଟେନ ଏକାଧିକ କମ୍ପାନୀରେ ନିବେଶ କରିଛନ୍ତି । ସ୍ପୋର୍ଟ୍ସ ୱିଅର, ହୋମ ଇଣ୍ଟରିୟର କମ୍ପାନୀ, ହୋମଲୋନ, ପୁରାନୀ କାର୍‌ କ୍ରୟ,ବିକ୍ରୀ କରିବା କମ୍ପାନୀ କାର୍ସ ୨୪, ଷ୍ଟାଟଅପ୍‌ କମ୍ପାନୀ ଖାତାବୁକ, ସ୍ପୋର୍ଟ୍ସ କମ୍ପାନୀ ରନ ଏଡମ, କ୍ରିକେଟ କୋଚିଂ ଓ ଅର୍ଗାନିକ ଫାର୍ମିଂରେ ମଧ୍ୟ ସେ ନିବେଶ କରିଛନ୍ତି । ରାଞ୍ଚିରେ ସେ ପ୍ରାୟ ୪୩ ଏକର ଜମିରେ ଅର୍ଗାନିକ ଫାର୍ମିଂ କରାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details