ଲଣ୍ଡନ: ଲର୍ଡ୍ସ ଟେଷ୍ଟରେ ମଧ୍ୟ ବର୍ଷା ପିଛା ଛାଡ଼ିବାର ନାଁ ନେଉନାହିଁ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟରେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ବିନା ୱିକେଟର ୪୬ ରନ କରିଥିବା ବେଳେ ବର୍ଷା ଯୋଗୁଁ ଆଗୁଆ ଲଞ୍ଚ ପାଇଁ ଘୋଷଣା କରିଛନ୍ତି ଅମ୍ପାୟାର ।
ଦ୍ବିତୀୟ ଟେଷ୍ଟ ମଧ୍ୟ ବର୍ଷା ଯୋଗୁଁ ଡ୍ର ଘୋଷଣା ହୋଇଥିଲା । ପ୍ରଥମ ଟେଷ୍ଟର ପଞ୍ଚମ ଦିନରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ ପଡ଼ିପାରିନଥିଲା । ଫଳରେ ଗୋଟିଏ ସମୟରେ ଭାରତ ବିଜୟ ଲାଭ କରିବା ଭଳି ମନେ ହେଉଥିବା ପ୍ରଥମ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଥିଲା ।
ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତଜନିତ ସମସ୍ୟା ଯୋଗୁଁ ଫାଷ୍ଟ ବୋଲର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ଇଶାନ୍ତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେପଟେ ଇଂଲଣ୍ଡ ଦଳ ମଧ୍ୟ ଆହତ ଜନିତ ସମସ୍ୟା ଦେଇ ଗତି କରୁଛି । ଫଳରେ ଦଳରେ ତିନିଟି ପରିବର୍ତ୍ତନ କରିଛନ୍ତି ଅଧିନାୟକ ଜୋ ରୁଟ୍ । କ୍ରାୱଲେଙ୍କ ସ୍ଥାନରେ ହାମିଦ, ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ମାର୍କ ଉଡ ଓ ଡାନ ଲରେନ୍ସଙ୍କ ବଦଳରେ ମୋଇଲ ଅଲୀଙ୍କୁ ସାମିଲ କରିଛି ଇଂଲଣ୍ଡ ଦଳ ।