ଓଡିଶା

odisha

ETV Bharat / sports

ଟି-୨୦ ବିଶ୍ବକପରେ ଓମାନକୁ ବଡ ବିଜୟ ଦେଲେ ଜଣେ ଭାରତୀୟ - ଜତିନ୍ଦର ସିଂହ

ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ । ସହ ଆୟୋଜକ ଦେଶ ଓମାନ ପ୍ରଥମ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆକୁ ୧୦ ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Ludhiana's Jatinder Singh star as Oman's win over PNG in T20 World Cup
ଟି-୨୦ ବିଶ୍ବକପରେ ଓମାନକୁ ବଡ ବିଜୟ ଦେଲେ ଜଣେ ଭାରତୀୟ

By

Published : Oct 18, 2021, 6:52 PM IST

ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ । ସହ ଆୟୋଜକ ଦେଶ ଓମାନ ପ୍ରଥମ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆକୁ ୧୦ ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । ତେବେ ଓମାନ କ୍ରିକେଟ ଟିମକୁ ଏହି ଦମଦାର ବିଜୟ ଭେଟି ଦେଇଛନ୍ତି ଜଣେ ଭାରତୀୟ ।

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ପପୁଆ ନ୍ୟୁ ଗିନିଆ ପକ୍ଷରୁ ରଖାଯାଇଥିବା ୧୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓମାନ, ମାତ୍ର ୧୩.୨ ଓଭରରେ ହାସଲ କରିନେଇଥିଲା । ଏହି ସଫଳ ଲକ୍ଷ୍ୟ ପିଛା କରିବାରେ ପ୍ରମୁଖ ଭୁମିକା ନିଭାଇଥିଲେ ଓପନର ଜତିନ୍ଦର ସିଂହ । ଅପରାଜିତ ୭୩ ରନ୍‌ର ବିସ୍ଫୋରକ ଇଂନିସ ଖେଳି ଓମାନକୁ ବିଜୟୀ କରାଇଥିଲେ ଜତିନ୍ଦର । ଏଥିସହିତ ଜଣେ ଓମାନ କ୍ରିକେଟର ଭାବେ ଟି୨୦ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାରେ ରେକର୍ଡ କରିଥିଲେ ।

ସେ ଓମାନ କ୍ରିକେଟ ଟିମ ପକ୍ଷରୁ ଖେଳୁଥାଇ ପାରନ୍ତି, ମାତ୍ର ପଞ୍ଜାବୀ ଅନ୍ଦାଜକୁ ଜତିନ୍ଦରଙ୍କ ଠାରୁ ଅଲଗା କରିବା କଷ୍ଟକର । ପଞ୍ଜାବର ଲୁଧିଆନାରେ ଜନ୍ମିତ ଜତିନ୍ଦର ନିଜର ଦ୍ବିତୀୟ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ।

ବର୍ଷ 2003 ରେ ତାଙ୍କ ପିତା ଗୁରୁମେଲ ସିଂଙ୍କ ପାଖକୁ ମାଆ ଏବଂ ତିନି ଭାଇଭଉଣୀଙ୍କ ସହ ମସକଟକୁ ଚାଲିଯାଇଥିଲେ ଜତିନ୍ଦର ।

ଜତିନ୍ଦରଙ୍କ ବାପା ଗୁରୁମେଲ ଓମାନ ପୋଲିସ ଡିପାର୍ଟମେଣ୍ଟରେ ଜଣେ କାର୍ପଣ୍ଟ୍ରୀ ସେକ୍ସନର ଫୋରମ୍ୟାନ ଭାବେ କାର୍ଯ୍ୟକରନ୍ତି ।

“ମୋ ପରିବାର ରାମଗରିଆ ସମ୍ପ୍ରଦାୟର ଏବଂ ପିଢି ପରେ କାଠ ତିଆରିରେ ଜଡିତ ଥିଲେ। ମୁଁ ଆମର ପରିବାରର ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ୍ । ମୁଁ ନିଜକୁ ଗର୍ବିତ ଏବଂ ସୌଭାଗ୍ୟବାନ ମନେ କରେ । କ୍ରିକେଟ୍ ମୋର ପ୍ରେମ ଏବଂ ମୁଁ ଓମାନ କ୍ରିକେଟ ପାଇଁ ଚଳିତ ଟି-୨୦ ବିଶ୍ବକପରେ ଭଲ କରିବାକୁ ଚାହୁଁଛି । ଓମାନ ଏହି ଟୁର୍ଣ୍ଣାମେଣ୍ଟର ସହଯୋଗୀ ଆୟୋଜକ ଦେଶ ମଧ୍ୟ ରହିଛି ।" ଏହା କହିଛନ୍ତି ଜତିନ୍ଦର ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, " ମୁଁ ଶିଖର ପାଜିଙ୍କ(ଶିଖର ଧାୱନ) ଜଣେ ବଡ ଫ୍ୟାନ । କ୍ରିକେଟ ପଡିଆରେ ତାଙ୍କ ପରି ଖୁସି ମନାଇବାକୁ ପସନ୍ଦ କରେ, ଏହା ମୋ ଭିତରେ ପଞ୍ଜାବୀପଣିଆକୁ ଜୀବନ୍ତ କରାଏ । "

୩୨ ବର୍ଷୀୟ ଜତିନ୍ଦର ଗତ ମାସରେ ନେପାଳ ବିପକ୍ଷରେ ୬୨ ବଲ୍‌ରେ ବିସ୍ଫୋରକ ୧୦୭ ରନର୍‌ ଶତକୀୟ ଇଂନିସ ମଧ୍ୟ ଖେଳିଥିଲେ । ଏହା ଆୟରଲାଣ୍ଡର କେଭି ଓବ୍ରାଏନଙ୍କ ପରେ ଜଣେ ଆସୋସିଏଟ୍‌ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଦ୍ବିତୀୟ ଦ୍ରୁତତମ ଶତକ ।

ପପୁଆ ନ୍ୟୁ ଗିନିଆ ବିପକ୍ଷରେ ଜତିନ୍ଦରଙ୍କ ୭୩ ରନ୍‌ର ଇଂନିସକୁ ଓମାନ କ୍ୟାପଟେନ୍‌ ଜିସନ ମକସୁଦ ମ୍ୟାଚ୍‌ ପରେ ପ୍ରଶଂସା କରିଥିଲେ ଓ କହିଥିଲେ ଜତିନ୍ଦର ଟିମର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି । ସେ ଟିମର ମୂଳଦୁଆ ।

ଓମାନ କ୍ରିକେଟ ଟିମର ପରବର୍ତ୍ତୀ ମୁକାବିଲା ବାଂଲାଦେଶ ସହ ରହିଛି । ଏହି ମ୍ୟାଚ୍‌ରେ ମଧ୍ୟ ଜତିନ୍ଦରଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details