ମୁମ୍ବାଇ:IPL 2022ର ୩୧ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ ରାହୁଲଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ରାହୁଲଙ୍କ ୨୦ ପ୍ରତିଶତ ମ୍ୟାଚ୍ ଫିସ୍କୁ କାଟି ଦିଆଯାଇଛି । ଅଲ୍ରାଉଣ୍ଡର ମାର୍କସ ଷ୍ଟୋନିସ୍ଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ମ୍ୟାଚ୍ ରେଫରୀ ।
ଆଚାର ସଂହିତାର ସେ ଲେବଲ-୧ ନିୟମ ଉଲ୍ଲଂଘନ କରିଛନ୍ତି । କେ.ଏଲ୍ ରାହୁଲଙ୍କ ସହ ଲକ୍ଷ୍ନୌର ବିଦେଶୀ ଅଲ୍ରାଉଣ୍ଡର ମାର୍କସ ଷ୍ଟୋନିସ୍ଙ୍କୁ ତାଗିଦ କରାଯାଇଛି । କେ.ଏଲ୍ ରାହୁଲଙ୍କ ସହ ମାର୍କସ ଷ୍ଟୋନିସ ମଧ୍ୟ ନିଜ ଭୁଲ୍ ସ୍ବୀକାର କରି ସାରିଛନ୍ତି ।