ଓଡିଶା

odisha

ETV Bharat / sports

Lord's Test: ଚତୁର୍ଥ ଦିନରେ 5 ମିନିଟ ଘଣ୍ଟି ବଜାଇଲେ ଦିପ୍ତୀ ଶର୍ମା

ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳ ଆରମ୍ଭ ପୂର୍ବରୁ 5 ମିନିଟ 5 ମିନିଟ ଘଣ୍ଟି ବଜାଇବାର ପ୍ରଥା ରହିଛି । ଅଧିକ ପଢନ୍ତୁ...

Lord's Test: Deepti Sharma rings five-minute bell on day four
Lord's Test: ଚତୁର୍ଥ ଦିନରେ 5 ମିନିଟ ଘଣ୍ଟି ବଜାଇଲେ ଦିପ୍ତୀ ଶର୍ମା

By

Published : Aug 15, 2021, 5:49 PM IST

ଲଣ୍ଡନ:ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳ ଆରମ୍ଭ ପୂର୍ବରୁ 5 ମିନିଟ 5 ମିନିଟ ଘଣ୍ଟି ବଜାଇବାର ପ୍ରଥା ରହିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଲର୍ଡ୍ସ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ମହିଳା କ୍ରିକେଟ ଟିମର ଅଲରାଉଣ୍ଡର ଦିପ୍ତୀ ଶର୍ମା ଘଣ୍ଟି ବଜାଇବାର ସୌଭାଗ୍ୟ ହାସଲ କରିଛନ୍ତି । ହୋମ ଅଫ୍‌ କ୍ରିକେଟ ଲର୍ଡ୍ସରେ ଏହି ପରମ୍ପରା ବେଶ ପୁରୁଣା । ପ୍ରଥମ ବଲ୍‌ ପଡିବା ପୂର୍ବରୁ ଜଣେ ବିଶେଷ ଅତିଥି ଘଣ୍ଟି ବଜାଇ ଖେଳ ଆରମ୍ଭର ସଙ୍କେତ ଦିଅନ୍ତି । ଏହି ସମୟର ଏକ ଫଟୋ ବିସିସିଆଇ ସେୟାର କରିଛି ।

ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ସମୟରେ ଜଣେ ଅନ୍ତର୍ଜାତୀୟ କ୍ରିକେଟର, କ୍ରୀଡା ପ୍ରଶାସନଙ୍କ ଦ୍ବାରା ଘଣ୍ଟି ବାଜିବା ପରମ୍ପରା ବର୍ଷ 2007 ଠାରୁ ଆରମ୍ଭ ହୋଇଥିଲା । ଏହି ପରମ୍ପରା ସେବେଠାରୁ ଚାଲିଆସୁଛି । ପୂର୍ବତନ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଫାରୋଖ ଇଞ୍ଜିନିୟର ଚଳିତ ଟେଷ୍ଟର ତୃତୀୟ ଦିନ ଖେଳ ପୂର୍ବରୁ ଘଣ୍ଟି ବଜାଇଥିଲେ ।

ମହମ୍ମଦ ସିରାଜଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡକୁ ପ୍ରଥମ ଇଂନିସରେ 391 ରନ୍‌ରେ ଶେଷ କରିଛି । ଇଂଲିସ କ୍ୟାପଟେନ ଜୋ ରୁଟ୍‌ ଅପରାଜିତ 180 ରନର ମାରାଥନ ଇଂନିସ ଖେଳିଛନ୍ତି । ଶେଷ ୱିକେଟ ଭାବେ ତୃତୀୟ ଦିନର ଶେଷ ବଲ୍‌ରେ ଆଣ୍ଡରସନ ଆଉଟ ହେବାପରେ 27 ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି ଘରୋଇ ଦଳ । ଫଳରେ ଦ୍ବିତୀୟ ଇଂନିସରେ ଟିମ ଇଣ୍ଡିଆ ଯେତେ ସମ୍ଭବ ଅଧିକ ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details