ଓଡିଶା

odisha

ETV Bharat / sports

ଇତିହାସ ରଚିଲେ ମାନ୍ଧାନା, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ପିଙ୍କ୍ ବଲ ଟେଷ୍ଟରେ ଶତକ - ଭାରତୀୟ ମହିଳା କ୍ରିକେଟ ଟିମ

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଛନ୍ତି ସ୍ମୃତି ମାନ୍ଧାନା । ଅଧିକ ପଢନ୍ତୁ...

Lightning, rain interrupt play on Day 2 as India reach 276/5
ଇତିହାସ ରଚିଲେ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

By

Published : Oct 1, 2021, 3:29 PM IST

ହାଇଦ୍ରାବାଦ:ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା । କାରାରା ଓଭାଲରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟରେ ଦମଦାର ଶତକୀୟ ଇଂନିସ ଖେଳିଛନ୍ତି ମାନ୍ଧାନା । ଫଳରେ ଦ୍ବିତୀୟ ଦିନ ଖେଳ ଟି ବ୍ରେକ୍‌ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି । ଭ୍ରମଣକାରୀ ଭାରତୀୟ ମହିଳା ଟିମର ସ୍କୋର ୨୭୬/୫ ରହିଛି ।

ମାନ୍ଧାନା ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିବା ଖେଳାଳି ଓ ଅଷ୍ଟ୍ରେଲିଆ ମାଟିରେ କ୍ରିକେଟର ଲମ୍ବା ଫର୍ମାଟରେ ପ୍ରଥମ ମହିଳା ଭାବେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ଏଥିସହ ବିଶ୍ବ କ୍ରିକେଟରେ ମାନ୍ଧାନା ଦ୍ବିତୀୟ ମହିଳା କ୍ରିକେଟର ଭାବେ ପିଙ୍କ୍‌ ବଲ୍‌ ଟେଷ୍ଟରେ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସ ପେରୀଙ୍କ ନାମରେ ରହିଥିଲା ।

ମାନ୍ଧାନା ୨୧୬ ବଲ୍‌ରୁ ୧୨୭ ରନର୍‌ ମାରାଥନ ଇଂନିସ ଖେଳିଛନ୍ତି । ଏଥିରେ ୨୨ଟି ଚୌକା ଓ ଗୋଟିଏ ଛକା ରହିଛି । ଏହି ଶତକୀୟ ଇଂନିସ ସହ ମାନ୍ଧାନା ୭୨ ବର୍ଷର ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । କାରାରା ଓଭାଲ ଗ୍ରାଉଣ୍ଡରେ ବିଦେଶୀ ମହିଳା କ୍ରିକେଟର ଭାବେ ସର୍ବାଧିକ ରନ୍‌ର ରେକର୍ଡ ମାନ୍ଧାନା ନିଜ ନାମରେ କରିଛନ୍ତି । ଏହାପୂର୍ବରୁ ବର୍ଷ ୧୯୪୯ରେ ମୋଲ ହାଇଡ୍‌ ଅପରାଜତ ୧୨୪ ରନ୍‌ର ଇଂନିସ ସହ ରେକର୍ଡର ଅଧିକାରୀ ଥିଲେ ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୮୦ ରନ୍‌ରେ ଅପରାଜିତ ଥିବା ମାନ୍ଧାନା ଦ୍ବିତୀୟ ଦିନ ଖେଳ ଆରମ୍ଭରେ ଆଉଟ୍‌ ହୋଇଥିଲେ ମଧ୍ୟ ଭାଗ୍ୟ ସାଥ୍‌ ଦେଇଥିଲା । ମାତ୍ର ଦ୍ବିତୀୟ ଦିନର ଦ୍ବିତୀୟ ଓଭର ବୋଲିଂ କରିଥିବା ଏଲିସ ପେରୀଙ୍କ ଏହି ବଲ୍‌ ନୋ-ବଲ୍‌ ଜଣାପଡିଥିଲା । ଏହାପରେ ମାନ୍ଧାନା କଙ୍ଗାରୁ ଖେଳାଳିଙ୍କୁ ଆଉ କୌଣସି ସୁଯୋଗ ନ ଦେଇ ଆକର୍ଷଣୀୟ ସଟ୍‌ ସହ ନିଜର ଐତିହାସିକ ଶତକ ପୂରଣ କରିଥିଲେ । ତେବେ ୧୨୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆସଲେ ଗାର୍ଡନରଙ୍କ ବଲର୍‌ ଆଉଟ ହୋଇଥିଲେ ମାନ୍ଧାନା । ଏହାପରେ ଭାରତର ସ୍କୋର ୬୮.୧ ଓଭରରେ ୧୯୫/୨ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details