ଓଡିଶା

odisha

ETV Bharat / sports

ପିଙ୍କ୍‌ ବଲ୍‌ ଟେଷ୍ଟ: ସ୍ମୃତିଙ୍କ ଶତକ ପରେ ବର୍ଷାରେ ଧୋଇଗଲା ଦ୍ବିତୀୟ ଦିନ - ସ୍ମୃିତା ମାନ୍ଧାନା

ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ବର୍ଷା ବାଧକ । ଅଧିକ ପଢନ୍ତୁ...

Lightning, heavy rain force early stumps on day two as India reach 276/5
ପିଙ୍କ୍‌ ବଲ୍‌ ଟେଷ୍ଟ: ସ୍ମୃତିଙ୍କ ଶତକ ପରେ ବର୍ଷାରେ ଧୋଇଗଲା ଦ୍ବିତୀୟ ଦିନ

By

Published : Oct 1, 2021, 9:32 PM IST

ଗୋଲ୍ଡ କୋଷ୍ଟ:ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି । ଖରାପ ପାଗ ଓ ବର୍ଷା ଯୋଗୁଁ ଦ୍ବିତୀୟ ଦିନ ଖେଳ ଶୀଘ୍ର ସମାପ୍ତ ଘୋଷଣ କରାଯାଇଛି ।

ଅମ୍ପାୟାର ଷ୍ଟମ୍ପ୍‌ ଅପସାରଣ ନିଷ୍ପତ୍ତି ନେବାବେଳକୁ ଭାରତର ସ୍କୋର ୨୭୬/୫ ରହିଥିଲା । ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଓପନର ସ୍ମୃତି ମାନ୍ଧନାଙ୍କ ଦମଦାର ଶତକ ପରେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରି ନଥିଲା । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ବର୍ଷା ହୋଇଥିଲା । ଏହାପରେ ଅମ୍ପାୟାର ପଡିଆ ଅନୁଧ୍ୟାନ କରି ଓଦା ପଡିଆ ଯୋଗୁଁ ଖେଳ ସମ୍ଭବ ନୁହେଁ ବୋଲି ଘୋଷଣା କରିଥିଲେ ।

ଦ୍ବିତୀୟ ଦିନରେ ମାତ୍ର ୫୭ ଓଭର ଖେଳ ସମ୍ଭବ ହୋଇଥିବାବେଳେ ଭାରତ ୪ ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଥିଲା ।

ପ୍ରଥମ ଦିନର ଅସମାପ୍ତ ସ୍କୋର ଅପରାଜିତ ୮୦ରୁ ଖେଳ ଆରମ୍ଭ କରିତିଲେ ସ୍ମୃତି ମାନ୍ଧାନା । ୧୭୧ ବଲ୍‌ରୁ ଶତକ ପୂରଣ କରିବା ସହ ୨୧୬ ବଲ୍‌ ଖେଳି ୨୨ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୭ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details