ଓଡିଶା

odisha

ETV Bharat / sports

ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୪୪ ରନ୍‌ ଟାର୍ଗେଟ ରଖିଲା ୱେଷ୍ଟଇଣ୍ଡିଜ

ନିର୍ଦ୍ଧାରିତ ୨୦ ଓଭରରେ ୱେଷ୍ଟଇଣ୍ଡିଜ ୮ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

Lewis hits fifty before WI lose momentum to post 143/8 against SA
ଦକ୍ଷିଣ ଆଫ୍ରିକା ସାମ୍ନାରେ ଟାର୍ଗେଟ ୧୪୪ ରଖିଲା ୱେଷ୍ଟଇଣ୍ଡିଜ

By

Published : Oct 26, 2021, 5:52 PM IST

Updated : Oct 26, 2021, 8:06 PM IST

ଦୁବାଇ: ଟି-୨୦ ବିଶ୍ବକପର ସୁପର ୧୨ ଗ୍ରୁପ ୧ ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଜାରି ରହିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ, ନିର୍ଦ୍ଧାରିତ ୨୦ ଓଭରରେ ୱେଷ୍ଟଇଣ୍ଡିଜ ୮ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଇଣ୍ଡିଜ ପକ୍ଷରୁ ଓପନର ଇଭିନ ଲିୱିସ ସର୍ବାଧିକ ୫୬ ରନ୍‌ର ଇଂନିସ ଖେଳିଛନ୍ତି । ୩୫ ବଲ୍‌ରୁ ୩ଟି ଚୌକା ଓ ୬ଟି ଛକା ସହାୟତାରେ ୫୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ତେବେ ଲିୱିସଙ୍କୁ ଅନ୍ୟ କୌଣସି ବ୍ୟାଟରଙ୍କ ସାଥ୍‌ ମିଳିନଥିଲା । କ୍ୟାପଟେନ କିରଣ ପୋଲାର୍ଡ ୨୦ ବଲ୍‌ରୁ ୨୬ ରନ୍‌ର ଇଂନିସ ଖେଳିଥିଲେ । ସିମନ୍ସ ୧୬ ଓ କ୍ରିସ୍‌ ଗେଲ୍‌ ମାତ୍ର ୧୨ ରନ୍‌ କରିଛନ୍ତି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିସ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ରବାଡା, ନର୍କିୟାଙ୍କୁ ଗୋଟିଏ ଲେଖାଏଁ ଓ ମହାରାଜଙ୍କୁ ଦୁଇଟି ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2021, 8:06 PM IST

ABOUT THE AUTHOR

...view details