ଓଡିଶା

odisha

ETV Bharat / sports

ବାରବାଟୀରେ ଲିଜେଣ୍ଡ୍ସ ଲିଗ ଟିକଟ ବିକ୍ରି, କାଉଣ୍ଟରରେ ଜମିଲାନି ଭିଡ

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଲିଜେଣ୍ଡ୍ସ ଲିଗ ( Legends League Cricket ) ଟି୨୦ ମ୍ୟାଚ ଟିକେଟ ବିକ୍ରି । ତେବେ ଲିଜେଣ୍ଡ୍ସ ଲିଗ ଟୁର୍ଣ୍ଣାମେଣ୍ଟ ଟିକେଟ ବିକ୍ରିର ପ୍ରଥମ ଦିନରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିନଥିଲା । ଅଧିକ ପଢନ୍ତୁ

ବାରବାଟୀରେ ଲିଜେଣ୍ଡ୍ସ ଲିଗ ଟିକଟ ବିକ୍ରି, କାଉଣ୍ଟରରେ ଜମିଲାନି ଭିଡ
ବାରବାଟୀରେ ଲିଜେଣ୍ଡ୍ସ ଲିଗ ଟିକଟ ବିକ୍ରି, କାଉଣ୍ଟରରେ ଜମିଲାନି ଭିଡ

By

Published : Sep 23, 2022, 10:59 PM IST

କଟକ: ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଲିଜେଣ୍ଡ୍ସ ଲିଗ ( Legends League Cricket ) ଟି୨୦ ମ୍ୟାଚ ଟିକେଟ ବିକ୍ରି । ଓସିଏର ତିନୋଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆସନ୍ତା 26, 27 ଓ 29 ତାରିଖରେ ଏହି ଲିଜେଣ୍ଡ୍ସ ଲିଗର 3 ଟି ମ୍ୟାଚ ବାରବାଟୀରେ ଖେଳାଯିବ । ସେଥିପାଇଁ ମୋଟ 8ହଜାର 421ଟି ଟିକେଟ ଅଫଳାଇନରେ ବିକ୍ରି ହେବ । ଆଜି ଦିନ ୧୦ ଟାରୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ୟାଲରି ନମ୍ବର 2 , ଗ୍ୟାଲେରୀ ନମ୍ବର 4, କ୍ଳବ ହାଉସ ଓ 9 ଏବଂ 10 ନମ୍ବର କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । 2ନମ୍ବର ଓ 4ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ଦର 350 ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ 1200 ଓ କର୍ପୋରେଟ ବକ୍ସ ପାଇଁ 4ହଜାର 800 ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଲିଜେଣ୍ଡ୍ସ ଲିଗ ଟୁର୍ଣ୍ଣାମେଣ୍ଟ ଟିକେଟ ବିକ୍ରିର ପ୍ରଥମ ଦିନରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିନଥିଲା । ଟିକଟ କାଉଣ୍ଟରରେ ଅଧିକ ଭିଡ ଜମିନଥିଲା ।

ବାରବାଟୀରେ ଲିଜେଣ୍ଡ୍ସ ଲିଗ ଟିକଟ ବିକ୍ରି, କାଉଣ୍ଟରରେ ଜମିଲାନି ଭିଡ

ଏନେଇ ଜଣେ କ୍ରିକେଟ ପ୍ରେମୀ କହିଛନ୍ତି, "ଏହା ପରେ ବାରବାଟୀ ଭାରତ ସାଉଥ ଆଫ୍ରିକା ମଧ୍ୟରେ ଶେଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେହି ମ୍ୟାଚରେ ପ୍ରବଳ ଭିଡ କାରଣରୁ ଆମେ ଟିକଟ ପାଇନଥିଲୁ । ତେବେ ଏବେ ପୁଣି ଆଉ ଥରେ ବାରବାଟୀରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । କ୍ରିକେଟର ଲିଜେଣ୍ଡ୍ସ ମାନଙ୍କୁ ଏହି ମ୍ୟାଚରେ ଦେଖିବାକୁ ସୁଯୋଗ ମିଳିବ । ଆମେ ଟିକଟ ୨୭ ତାରିଖ ପାଇଁ ନେଇଛୁ । ଯେଉଁ ଦିନ କ୍ରିସ ଗେଲ ଖେଳିବେ । ବ୍ୟକ୍ତିଗତ ଭାବରେ କ୍ରିସଗେଲର ପ୍ରଶଂସକ । ଟିକଟ ପ୍ରାଇସ ସୁହାଇଲା ଭଳି ରହିଛି । ଆମେ ଦୁଇ ନମ୍ବର ଗ୍ୟାଲେରିରେ ଟିକଟ ନେଇଛୁ ।"

ସେହିପରି ଟିକଟ କାଟିବା ପାଇଁ ଆସିଥିବା ଆଉ ଜଣେ କ୍ରିକେଟ ପ୍ରଶଂସକ କହିଛନ୍ତି, "ଲିଜେଣ୍ଡ୍ସ କ୍ରିକେଟରଙ୍କ ଛକା ଚଉକା ଦେଖିବାକୁ ଆସିବୁ । ମ୍ୟାଚରେ ନିଶ୍ଚିତ ଭାବରେ ମଜା ଲଗିବ । ଟିକଟର ପ୍ରାଇସ ସୁହାଇଲା ଭଲି ରହିଛି । ହେଲେ ଟିକଟ ବିକ୍ରି ନେଇ ଏତେଟା ପ୍ରଚାର ନ ହୋଇଥିବାରୁ କଟକବାସୀଙ୍କ ପାଖରେ ଠିକ ଭାବରେ ସୂଚନା ମିଳି ପାରିନାହିଁ ।" ଭେଟରାନ କ୍ରିକେଟର ତଥା କ୍ରିକେଟରୁ ଅବସର ନେଇ ସାରିଥିବା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି କ୍ରିକେଟ ଲିଗର 3 ଟି ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । 4 ଟି ଟିମ ପରସ୍ପର ସହିତ ମୁଁହାଁମୁହିଁ ହେବେ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details