କଟକ:ବାରବାଟୀରେ ଲିଜେଣ୍ଡ୍ସ ଲଢେଇରେ ଅନ୍ତିମ ମ୍ୟାଚରେ ମଣିପାଲ ଟାଇଗର୍ସ ଓ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । ହରଭଜନ ଓ ଗୌତମ ଗମ୍ଭୀରଙ୍କ ନେତୃତ୍ବାଧୀନ ଟାଇଗର୍ସ ଓ କ୍ୟାପିଟାଲ୍ସ ପରସ୍ପରକୁ ଭେଟିଥିଲେ । କ୍ୟାପିଟାଲ୍ସ 7 ୱିକେଟରେ ଟାଇଗର୍ସକୁ ହରାଇଛି । ହାମିଲଟନ ମାସାକାଡଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ଏହି ବିଜୟ ହାସଲ କରିଛି । ଏହି ବିଜୟ ସହ ସର୍ବାଧିକ 7 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି କ୍ୟାପିଟାଲ୍ସ ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦିଲ୍ଲା କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମଣିପାଲ ଟାଇଗର୍ସର ଓପନର ତେତେଣ୍ଡା ଜାଇବୁ 5ରନ ସଅଳ ପାଭିଲିୟନ ଫେରିଥିଲେ । ଜେସି ରାଇଡର ଓ ମହମ୍ମଦ କୈଫଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ ମଣିପାଳ ସ୍ଥିତି ମଜଭୁତ କରିଥିଲା । ରାଇଡର ଓ ମହମ୍ମଦ କୈଫଙ୍କ ଯୋଡି 126 ରନ କରିଥିଲେ । ଯାହାକି ଟିମକୁ 161 ରନର ସ୍କୋର ହାସଲ କରିବାରେ ସାହାଯ୍ୟ କରିଥିଲା । ବାମହାତି ବ୍ୟାଟସମ୍ୟାନ ରାଇଡର 5ଟି ଚୌକା ଓ 5ଟି ଛକା ସହିତ 55 ବଲରେ 76 ରନ କରିଥିବା ବେଳେ କୈଫ 9ଟି ଚୌକା ଓ ଗୋଟିଏ ଛକା ସହିତ 48 ବଲ୍ରେ 67 ରନ କରିଥିଲେ । 15 ଓଭର ପର୍ଯ୍ୟନ୍ତ କ୍ୟାପିଟାଲ୍ସର ବୋଲରମାନେ ଟାଇଗର୍ସ ଉପରେ ଚାପ ପକାଇବାକୁ ସର୍ବୋତମ ପ୍ର୍ରୟାସ କରିଥିଲେ ଯାହାଫଳରେ ରନ 117/1ରେ ସୀମିତ ରହିଥିଲା । ଶେଷ 5 ଓଭରରେ ରାଇଡର୍ ଓ କୈଫଙ୍କ ଚମତ୍କାର ପ୍ରଦର୍ଶନ ରନରେଟକୁ ବୃଦ୍ଧି କରିଥିଲା । 19ତମ ଓଭରରେ ଉଭୟ ବ୍ୟାଟସମ୍ୟାନ ଲିଆମ୍ ଫ୍ଲୁଙ୍କେଟଙ୍କ ଦ୍ବାରା ଆଉଟ ହୋଇଥିଲେ । ମଣିପାଲ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 161 ରନ କରିଥିଲା ।
ଏହା ବି ପଢନ୍ତୁ...ଟିମ ଇଣ୍ଡିଆକୁ ଝଟକା: ଟି-୨୦ ବିଶ୍ୱକପରୁ ବୁମରା ବାଦ, ନେବେ 4ରୁ 6 ମାସ ବିଶ୍ରାମ !