କଟକ:ବାରବାଟୀ ଷ୍ଟାଡିୟମ(Barabati Stadium)ରେ ଆରମ୍ଭ ହୋଇଯାଇଛି ଲିଜେଣ୍ଡ୍ସ ଲିଗ ( Legends League Cricket ) ଟି20 ମ୍ୟାଚ ପାଇଁ ଟିକେଟ ବିକ୍ରି । ଚଳିତ ମାସ 26, 27 ଓ 29 ତାରିଖରେ ଏହି ଲିଜେଣ୍ଡ୍ସ ଲିଗର 3 ଟି ମ୍ୟାଚ ବାରବାଟୀରେ ଖେଳାଯିବ । ଏଥିସହ ଫାଇନାଲ ମ୍ୟାଚ ମଧ୍ୟ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର 5 ତାରିଖରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । ତେବେ ଭେଟେରାନ କ୍ରିକେଟରଙ୍କୁ ଦେଖିବା ପାଇଁ ଫାଇନଲ ମ୍ୟାଚରେରେ ଦର୍ଶକଙ୍କ ଭିଡ଼ ଜମିବା ନେଇ ଆଶା ରଖିଛି ଆୟୋଜକ କମିଟି ।
ଏହା ପୂର୍ବରୁ ହେବାକୁ ଥିବା ତିନିଟି ମ୍ୟାଚରେ 4ଟି ଟିମ ଉଭୟଙ୍କ ସହ ମୁହାଁମୁହିଁ ହେବେ । ଏଥିପାଇଁ ଗତକାଲି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରି । ଟିକେଟ ନେବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା । ଓସିଏର ତିନୋଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଦିନ ୧୦ ଟାରୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗ୍ୟାଲେରି ନମ୍ବର 2 ,ଗ୍ୟାଲେରୀ ନମ୍ବର 4, କ୍ଳବ ହାଉସ ଓ 9 ଏବଂ 10 ନମ୍ବର କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । 2ନମ୍ବର ଓ 4 ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ଦର 350 ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ 1200 ଓ କର୍ପୋରେଟ ବକ୍ସ ପାଇଁ 4ହଜାର 800 ଟଙ୍କା ଟିକେଟ ମୂଲ୍ୟ ରହିଛି ।
ତେବେ ଲିଜେଣ୍ଡ୍ସ ଲିଗ ଟୁର୍ଣ୍ଣାମେଣ୍ଟ ଟିକେଟ ବିକ୍ରିର ପ୍ରଥମ ଦିନରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିନଥିଲା । ଟିକଟ କାଉଣ୍ଟରରେ ଅଧିକ ଭିଡ ଜମିନଥିଲା । ଶୃଙ୍ଖଳିତ ଭାବରେ ଟିକେଟ ବିକ୍ରି ନେଇ କାଉଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।