ଓଡିଶା

odisha

ETV Bharat / sports

କିମ୍ବଦନ୍ତୀ କ୍ରିକେଟର ୱାର୍ଣ୍ଣଙ୍କ ମୃତ୍ୟୁରେ ସ୍ତବ୍ଦ କ୍ରିକେଟ ଜଗତ - ଅଷ୍ଟ୍ରେଲିଆ ସ୍ପିନରଙ୍କୁ ଶ୍ରଦ୍ଧାଞ୍ଜଳି

ପରଲୋକରେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣ । ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରସାରିତ ହେବାପରେ କ୍ରିକେଟ ଜଗତ ସ୍ତବ୍ଦ ହୋଇଯାଇଛି । ଅଧିକ ପଢନ୍ତୁ

Legendary Australian spinner Shane Warne passes away, cricketing community pay tributes
କିମ୍ବଦନ୍ତୀ କ୍ରିକେଟର ୱାର୍ଣ୍ଣଙ୍କ ମୃତ୍ୟୁରେ ସ୍ତବ୍ଦ କ୍ରିକେଟ ଜଗତ

By

Published : Mar 4, 2022, 10:56 PM IST

ନୂଆଦିଲ୍ଲୀ: ପରଲୋକରେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣ । ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରସାରିତ ହେବାପରେ କ୍ରିକେଟ ଜଗତ ସ୍ତବ୍ଦ ହୋଇଯାଇଛି । ବିଶ୍ବ କ୍ରିକେଟର ସର୍ବକାଳୀନ ଅନ୍ୟତମ ଶ୍ରେଷ୍ଠ ସ୍ପିନରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି କ୍ରିକେଟ ଜଗତ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ବ୍ରାଏନ ଲାରା, ଆଡାମ ଗିଲଖ୍ରିଷ୍ଟ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ବିରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂହଙ୍କ ସମେତ ଅନେକ କ୍ରିକେଟର ଶୋକବାର୍ତ୍ତା ଶହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଯୁବରାଜ ଟ୍ବିଟ୍‌ରେ ଲେଖିଛନ୍ତି, "ବିଶ୍ବ କ୍ରିକେଟ ପାଇଁ ଆଜିର ଦିନ ଏକ ଦୁଃଖର ଦିନ । ପ୍ରଥମେ ରୋଡନି ମାର୍ଶ ଓ ପରେ ସେନ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ହୃଦୟ ବିଦାରକ । ୱାର୍ଣ୍ଣଙ୍କ ଖେଳିବାର ଅନେକ ସ୍ମୃତି ରହିଛି । କ୍ରିକେଟ ଖେଳର ପକୃତ କିମ୍ବଦନ୍ତୀ ଥିଲେ ୱାର୍ଣ୍ଣ ।"

ସେନ ୱାର୍ଣ୍ଣ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଗ ସ୍ପିନର ଥିଲେ । ଘାତକ ସ୍ପିନ ବୋଲିଂ ପାଇଁ ତାଙ୍କୁ 'କିଙ୍ଗ୍‌ ଅଫ୍‌ ସ୍ପିନ' କୁହାଯାଉଥିଲା । ୧୪୫ଟି ଟେଷ୍ଟ ମ୍ୟାଚ୍‌ରୁ ୱାର୍ଣ୍ଣ ୭୦୮ ୱିକେଟ ହାସଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରୁ ୨୯୩ ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି ।

ସଫଳତମ ଟେଷ୍ଟ କ୍ୟାରିୟରରେ ବଲ୍‌ ସହିତ ବ୍ୟାଟ୍‌ରେ ମଧ୍ୟ କମାଲ କରିଥିଲେ ୱାର୍ଣ୍ଣ । ୩,୧୫୪ ଟେଷ୍ଟ ରନ୍‌ ଓ ଦିନିକିଆ ଫର୍ମାଟରେ ତାଙ୍କ ନାମରେ ରହିଛି ୧,୦୧୮ ରନ୍‌ । ଅଦ୍ଭୁଦ ଲେଗ ସ୍ପିନ ବୋଲିଂ କୌଶଳ ପାଇଁ ପ୍ରଖ୍ୟାତ ଥିବା ୱାର୍ଣ୍ଣ ମୋଟ ୧୦୦୧ ୱିକେଟ ହାସଲ କରିଛନ୍ତି । ୧୦୦୦ ଅନ୍ତର୍ଜାତୀୟ ୱିକେଟ ହାସଲ କରିବାରେ ସେ ବିଶ୍ବର ପ୍ରଥମ ବୋଲର ହେବାର ରେକର୍ଡ କରିଥିଲେ ।

ABOUT THE AUTHOR

...view details