ହେଗଲି ଓଭାଲ:ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଟିମ ମାତ୍ର ଗୋଟିଏ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିନେଇଛି । କ୍ୟାପଟେନ ଟମ ଲାଥମ ଅପରାଜିତ ଶତକୀୟ ଇଂନିସ ଖେଳିଛନ୍ତି । ସେହିପରି ଡେଭନ କନୱେ ମଧ୍ୟ ୯୯ ରନର ମାରାଥନ ଇଂନିସ ଖେଳି ଅପରାଜିତ ଅଛନ୍ତି ।
ପ୍ରଥମ ଦିନରେ ବାଂଲାଦେଶ ବୋଲରଙ୍କୁ ନିରାଶ ହେବାକୁ ପଡିଛି । ଅନ୍ୟପଟେ ଲାଥମ ନିଜର ଦ୍ବାଦଶତମ ଟେଷ୍ଟ ଶତକ ହାସଲ କରିଛନ୍ତି । ୨୭୮ ବଲ୍ରୁ ସାମ୍ନା କରିବା ସହ ୨୮ଟି ବାଉଣ୍ଡ୍ରୀ ସହାୟତାରେ ୧୮୬ ରନ୍ର ଜବରଦସ୍ତ ଇଂନିସ ଖେଳିଛନ୍ତି । ୨୯ବର୍ଷୀୟ ଲାଥମ ଦ୍ବିଶତକ ଠାରୁ ମାତ୍ର ୧୪ ରନ୍ ଦୂରରେ ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ: IND vs SA, 3rd Test: କେପ୍ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି