କଲମ୍ବୋ:ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଲଙ୍କା ପ୍ରିମିୟର ଲିଗ(LPL) ଟି20 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଂସ୍କରଣ ଜୁଲାଇ 30ରୁ ଅଗଷ୍ଟ 22 ମଧ୍ୟରେ ଖେଳାଯିବ । ଏନେଇ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି ।
ଏଲପିଏଲ୍ର 2021 ସଂସ୍କରଣ ଜୈବ ସୁରକ୍ଷା ବଳୟରେ ଖେଳାଯିବା ନେଇ ମଧ୍ୟ ଘୋଷଣା ହୋଇଛି । ଶ୍ରୀଲଙ୍କା କୋଭିଡ-19 କେସ୍ କ୍ରମାଗତ ବୃଦ୍ଧିପାଉଥିବାରୁ ଦେଶର କ୍ରିକେଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । 2020 ସଂସ୍କରଣ ମଧ୍ୟ ଜୈବ ସୁରକ୍ଷା ବଳୟ ମଧ୍ୟରେ ସଫଳତାର ସହ ଶେଷ ହୋଇଥିଲା । ତେବେ ଦ୍ବିତୀୟ ସଂସ୍କରଣରେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପାଳନ କରାଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।