ଲଣ୍ଡନ:ଭାରତୀୟ ସ୍କ୍ବାଡରେ କୋଭିଡ ସଂକ୍ରମଣ ଯୋଗୁଁ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ହେବାକୁ ଥିବା ଶେଷ ଟେଷ୍ଟ ମ୍ୟାଚକୁ ବାତିଲ କରିବାକୁ ପଡ଼ିଛି । ତେବେ ଏଥିପାଇଁ ଲାଙ୍କାସାୟର କ୍ରକେଟକୁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଲଙ୍କାସାୟର ସିଇଓ ସୂଚନା ଦେଇଛନ୍ତି । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ପଡ଼ିଆ ଲଙ୍କା ସାୟର କାଉଣ୍ଟି ଦଳର ଘରୋଇ ପଡ଼ିଆ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ମାଞ୍ଚେଷ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିଲା । ଖେଳାଳିଙ୍କ ପାଇଁ ହୋଟେଲ ବୁକ୍ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ତେବେ ମ୍ୟାଚ ବନ୍ଦ ହେବାରୁ ଲାଙ୍କାସାୟର କ୍ରିକେଟରୁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ବର୍ତ୍ତମାନ ଲଙ୍କାସାୟରକୁ ଇଂଲଣ୍ଡ କ୍ରିକେଟ ବୋର୍ଡର ସହାୟତା ଆବଶ୍ୟକ ବୋଲି କହିଛନ୍ତି ଲାଙ୍କାସାୟର କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଡାନିଏଲ ଗିଡନୀ ।