ହାଇଦ୍ରାବାଦ:ସେପ୍ଟେମ୍ବର 5 ତାରିଖରୁ ଆରମ୍ଭ ହେବ ଆଇଆଇସି ପୁରୁଷ ବିଶ୍ବକପ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ମାତ୍ର 8 ଦିନ ବାକି ରହିଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଅଭ୍ୟାସ ମ୍ୟାଚ । ଏହା ପୂର୍ବରୁ ଭାରତରେ ପହଞ୍ଚିବେ ବିଦେଶ ଖେଳାଳି । ବିଶ୍ବକପ ଉଦଘାଟନୀ ମ୍ୟାଚ୍ ପରିଚାଳନା ପାଇଁ ଅମ୍ପାୟାରଙ୍କ ନାମ ICC ପକ୍ଷରୁ ଘୋଷଣା ହୋଇଛି । ପ୍ରଥମେ ଅହମ୍ମଦାବାଦ ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଭାରତର ନୀତିନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା ଫିଲ୍ଡ ଅମ୍ପାୟାର ରହିବେ ବୋଲି ICC ପକ୍ଷରୁ କୁହାଯାଇଛି ।
ସେହିପରି ଟିଭି ଅମ୍ପେୟାର ଭାବେ ପଲ ଓ୍ବିଲସଲ, ଚତୁର୍ଥ ଅମ୍ପାୟାର ଭାବେ ବାଂଲାଦେଶର ଶାରଫୁଦ୍ଦୌଲା ଇବ୍ନେ ସହିଦ ଓ ମ୍ୟାଚ୍ ରେଫରୀ ଭାବେ ଭାରତର ଜଭାଗଲ ଶ୍ରୀନାଥଙ୍କୁ ନିଯୁକ୍ତି କରାଯାଇଛି । ପୂର୍ବରୁ ଧର୍ମସେନା ICC ପୁରୁଷ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରିଂ ଦାୟିତ୍ବ ତୁଲାଇ ଥିଲେ । ICC ପୁରୁଷ ବିଶ୍ବକପ୍ ପରିଚାଳନା ପାଇଁ 4ଜଣ ମ୍ୟାଚ୍ ରେଫରି ଓ 16 ଜଣ ଅମ୍ପାୟାରଙ୍କୁ ନିଯୁକ୍ତି ମିଳିଛି । 16 ଜଣଙ୍କ ମଧ୍ୟରୁ 6 ଜଣ ଦିନିକିଆ ବିଶ୍ବକପରେ ପଦାର୍ପଣ କରିବେ। ଗତ ବର୍ଷ ଟି 20 ବିଶ୍ବକପ ପରିଚାଳନା କରିଥିବା ଅମ୍ପାୟାରଙ୍କ ମଧ୍ୟରୁ 14 ଜଣ ଦିନିକିଆ ବିଶ୍ବକପରେ ରହିଛନ୍ତି । ନୂଆ ଅମ୍ପାୟାରଙ୍କ ମଧ୍ୟରେ ସହିଦ ଓ ଆଲେକ୍ସ ହ୍ବାର୍ଫ ସମ୍ପୂର୍ଣ୍ଣ ନୂଆ ଅମ୍ପାୟାର ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-World Cup 2023: ମିଳିଲା ଭିସା, ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି