ହାଇଦ୍ରାବାଦ: ପିଛା ଛାଡୁନି ଭାରତୀୟ କ୍ରିକେଟ ଟିମର ଆହତ ସମସ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ତିନି ଜଣ ଖେଳାଳି ଏକାଥରକେ ଆହତ ହୋଇଛନ୍ତି । ଯେଉଁ କାରଣରୁ ସେମାନେ ତୃତୀୟ ଦିନିକିଆ ଖେଳିବେ ନାହିଁ । ତାଙ୍କ ବଦଳରେ ତୃତୀୟ ଦିନିକିଆ ପାଇଁ ବୋର୍ଡ ଚୟନ କମିଟି କୂଲଦୀପ ଯାଦବଙ୍କୁ ସାମିଲ କରିଛି ।
ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଜାରି ରହିଛି । ଡିସେମ୍ବର 10 ତାରିଖରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ (IND vs BAN 3rd ODI) । ଆହତଜନିତ ସମସ୍ୟା ପାଇଁ ତିନି ଜଣ ଖେଳାଳିଙ୍କୁ ବାଦ ଦିଆଯାଇଛି । ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୂଲଦୀପ ସେନ ଅନ୍ତିମ ଦିନିକିଆ ଖେଳିବେ ନାହିଁ । ଏହି ତିନି ଖେଳାଳି ମୁମ୍ବାଇ ଫେରି ଆସିଛନ୍ତି । ବିଷେଶଜ୍ଞ ସେମାନଙ୍କର ଆହତର ଯାଞ୍ଚ କରିବେ । ତେବେ ବୋର୍ଡ ଚୟନ କିମିଟି ସ୍ପିନ୍ ବୋଲର କୂଲଦୀପ ଯାଦବକୁ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ କରିଛି ।