ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଆଉ ଏକ ବଡ ଉପଲବ୍ଧି । ୱିସଡେନ କ୍ରିକେଟର୍ସ' ଆଲମନକର 2021 ସଂସ୍କରଣରେ ବର୍ଷ 2010 ପାଇଁ ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ହୋଇଛନ୍ତି ।
1971ରୁ 2021 ମଧ୍ୟରେ ପ୍ରତ୍ୟେକ ଦଶନ୍ଧି ପାଇଁ ଘୋଷଣା ହୋଇଥିବା 5ଜଣ କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ ରହିଛନ୍ତି । ଦଶନ୍ଧିର ଆରମ୍ଭରେ 2011 କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ କୋହଲି, ପରେ ସେ ନିଜକୁ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି । ବିଶେଷ କରି ଦିନିକିଆ କ୍ରିକେଟରେ କୋହଲିଙ୍କ ରେକର୍ଡ ଅବିଶ୍ବସନୀୟ । 10 ବର୍ଷର ସମୟ ମଧ୍ୟରେ କୋହଲି, 60ରୁ ଅଧିକ ହାରରେ 11,000ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଓ ଏଥିରେ 42ଟି ଶତକୀୟ ଇଂନିସ ସାମିଲ ରହିଛି ।
ଶ୍ରୀଲଙ୍କା ସ୍ପିନ କିମ୍ବଦନ୍ତୀ ମୁଥୟା ମୂରଲିଧରନ 2000ରେ ଶେଷ ହୋଇଥିବା ଦଶନ୍ଧି ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଚୟନ ହୋଇଛନ୍ତି । 2011 ବିଶ୍ବକପରେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବା ସହ ଉପବିଜେତା ହୋଇଥିଲା । ସେହି ଦଶନ୍ଧିରେ ମୂରଲୀଧରନ 355 ୱିକେଟ ହାସଲ କରିଥିଲେ, ଯାହାକି ଗୋଟିଏ ଦଶନ୍ଧିରେ କୌଣସି ବି ବୋଲର ହାସଲ କରିଥିବା ୱିକେଟ ସଂଖ୍ୟା ଠାରୁ ସର୍ବାଧିକ ।