ଓଡିଶା

odisha

ETV Bharat / sports

କୋହଲି ମୋ ଠାରୁ ଅଧିକ କୁଶଳୀ: ସୌରଭ ଗାଙ୍ଗୁଲି - Kohli is more skilful than me

ପ୍ରାୟ ଏକ ମାସରୁ ଅଧିକ ସମୟ ବିଶ୍ରାମ ପରେ ବିରାଟ କୋହଲି ଦଳକୁ କମ ବ୍ୟାକ କରି ନିଜର ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କୁ ୬୧ ବଲରେ ୧୨୨ ରନର ଅପରାଜିତ ଇନିଂସ ପାଇଁ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ବିରାଟ ମୋ ଠାରୁ ଅଧିକ ଦକ୍ଷ ଅଟନ୍ତି : ଗାଙ୍ଗୁଲି
ବିରାଟ ମୋ ଠାରୁ ଅଧିକ ଦକ୍ଷ ଅଟନ୍ତି : ଗାଙ୍ଗୁଲି

By

Published : Sep 11, 2022, 9:50 PM IST

ହାଇଦ୍ରାବାଦ:ଶତକୀୟ ଇନିଂସ ସହିତ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । 1020 ଦିନ ପରେ ବିରାଟଙ୍କ ବ୍ୟାଟରୁ ବିରାଟ ଶତକ ହାସଲ ପରେ ବିରାଟଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଖାଲି ପ୍ରଶଂସକ ନୁହଁନ୍ତି ବିସିସିଆଇର ସମସ୍ତ କର୍ମକର୍ତ୍ତା ବିରାଟଙ୍କ ଶତକୀୟ ଇନିଂସ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କୁ ୬୧ ବଲରେ ୧୨୨ ରନର ଅପରାଜିତ ଇନିଂସ ପାଇଁ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଗାଙ୍ଗୁଲି କହିଛନ୍ତି, "ବିରାଟ ଜଣେ କ୍ରିକେଟର ହିସାବରେ ତାଙ୍କ ଠାରୁ ଅଧିକ ଦକ୍ଷ ଅଟନ୍ତି । ଦୁଇ ଜଣ ଅଧିନାୟକ ହିସାବରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ତାଙ୍କ ଠାରୁ ବିରାଟ କୋହଲିଙ୍କର ଅଧିକ ଦକ୍ଷ ରହିଛି । କୋହଲି ତାଙ୍କ ଠାରୁ ଆଗରେ ରହିଛନ୍ତି । ଏକ କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଥିଲେ "ମୋତେ ଲାଗୁ ନାହିଁ ଆମ ଦୁଇ ଜଣ ଅଧିନାୟକ ଭିତରେ ତୁଳନା ହେବା ଦରକାର । ମୋତେ ଲାଗୁଛି କି ବିରାଟ ମୋ ଠାରୁ ଅଧିକ ଦକ୍ଷ ଅଟନ୍ତି ।"

ପ୍ରାୟ ଏକ ମାସରୁ ଅଧିକ ସମୟ ବିଶ୍ରାମ ପରେ ବିରାଟ କୋହଲି ଦଳକୁ କମବ୍ୟାକ୍‌ କରି ନିଜର ୭୧ ତମ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଗୁରୁବାର ଦିନ ଏସିଆ କପର ସୁପର ୪ ଲିଗ ମ୍ୟାଚରେ ଆଫଗାନିସ୍ଥାନ ବିପକ୍ଷରେ ୬୧ ବଲରୁ ୧୨୨ ରନର ଇନିଂସ ଖେଳିଥିଲେ କୋହଲି ।

ତେବେ ବିରାଟଙ୍କ ଏହି ସଫଳତାର ପ୍ରଶଂସା କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି "ଆମେ ଭିନ୍ନ ଭିନ୍ନ ପିଢିରେ ଖେଳୁଛୁ । ଆଉ ମୁଁ ବହୁତ କ୍ରିକେଟ ଖେଳିଛି । ମୁଁ ମୋ ପିଢିରେ ଖେଳିଛି । ଏବଂ ବିରାଟ କୋହଲି ଆଗକୁ ଖେଳ ଜାରି ରଖିବେ ପ୍ରାୟ ସେ ମୋଠୁ ଅଧିକ ଖେଳିବେ । ବର୍ତ୍ତମାନ କଥା କହିଲେ ମୁଁ ତାଠାରୁ ଅଧିକ ଖେଳିଛି । ହେଲେ ସେ ଭବିଷ୍ୟତରେ ମୋ ଠୁ ଆଗରେ ରହି ମୋଠୁ ଅଧିକ ଖେଳିବେ । ସେ ଜଣେ ଚମତ୍କାର କ୍ରିକେଟର ।

ABOUT THE AUTHOR

...view details