ମୁମ୍ବାଇ:ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ପ୍ରଥମ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ମ୍ୟାଚ୍ ବିଜେତା(50 international matches in each format) ହେବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍ରେ ଭାରତ ସୋମବାର ହରାଇବା ପରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି କୋହଲି ।
ଏହି ବିଜୟ ସହିତ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟେଷ୍ଟ ମାନ୍ୟତାର ନମ୍ବର ୧ ସ୍ଥାନକୁ ଫେରିଛି । ମୁମ୍ବାଇ ଟେଷ୍ଟ ବିଜୟ ଅର୍ଥାତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରଜକୁ ଭାରତ ୧-୦ରେ କବ୍ଜା କରିଛି । ଫଳରେ ସକରାତ୍ମକ ମନୋବଳ ସହ ଡିସେମ୍ବର ୨୬ରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ ଇଣ୍ଡିଆ ।
କ୍ୟାପଟେନ ବିରାଟ କୋହଲିଙ୍କୁ ବିରଳ ଉପଲବ୍ଧି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଭିନନ୍ଦନ ଜଣାଇଛି ।