ଓଡିଶା

odisha

ETV Bharat / sports

3ୟ ଟି-20 ଖେଳିବାକୁ ଚିନ୍ନାସ୍ବାମୀରେ ଓହ୍ଲାଇବେ କୋହଲି, ଏମିତି ରହିଛି ରେକର୍ଡ

Virat Kohli statistics at M Chinnaswamy: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3ୟ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ । ତେବେ ନଜର ପକାନ୍ତୁ ଏହି ଗ୍ରାଉଣ୍ଡରେ କିଙ୍ଗ୍‌ କୋହଲିଙ୍କ ରେକର୍ଡ ଉପରେ..

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋହଲିଙ୍କ ରେକର୍ଡ
Virat Kohli statistics at M Chinnaswamy

By ETV Bharat Odisha Team

Published : Jan 15, 2024, 10:52 PM IST

ବେଙ୍ଗାଲୁରୁ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି ଟି20 ଶୃଙ୍ଖଳା । 3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ 2ଟି ମ୍ୟାଚ୍‌ କ୍ରମାଗତ ଭାବେ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିନେଇଛି ଭାରତୀୟ ଦଳ । ଏହାପରେ 3ୟ ମ୍ୟାଚ୍‌କୁ ଜିତି ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ହେଲେ ଏହା ଆଫଗାନିସ୍ତାନ ପାଇଁ ଏତେଟା ସହଜ ହେବନି । କାରଣ ଆସନ୍ତା 17 ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟରେ ଖେଳାଯିବ । ଆଉ ଏହି ଗ୍ରାଉଣ୍ଡ ହେଉଛି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଗ୍ରାଉଣ୍ଡ । ଆଇପିଏଲ୍‌ରେ ବେଙ୍ଗାଲୁରୁ ପାଇଁ ଖେଳୁଥିବା ଏହି ଭେଟେରାନ ବ୍ୟାଟରଙ୍କର ଏମ୍‌ ଚିନ୍ନାସ୍ବାମୀରେ ଥିବା ପୂର୍ବ ରେକର୍ଡ ଉପରେ ନଜର ପକାନ୍ତୁ...

କିଙ୍ଗ୍‌ କୋହଲି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟରେ 96 ଟି20 ମ୍ୟାଚ୍‌ ଖେଳିଛନ୍ତି । ଏଥିରେ କୋହଲି 141.50 ଷ୍ଟ୍ରାଇକ୍‌ ରେଟ୍‌ରେ 3,116 ରନ ସଂଗ୍ରହ କରିଛନ୍ତି । ଏହି ଗ୍ରାଉଣ୍ଡରେ ଅନ୍ୟ କୌଣସି ବ୍ୟାଟର 2000 ରନ ମଧ୍ୟ ସଂଗ୍ରହ କରିପାରିନାହାନ୍ତି । ଏହି ଗ୍ରାଉଣ୍ଡରେ କୋହଲିଙ୍କ ବ୍ୟାଟରୁ 23 ଅର୍ଦ୍ଧଶତକ ଓ 4 ଶତକ ମଧ୍ୟ ଦେଖିବାକୁ ମିଳିଛି । କେବଳ ଚିନ୍ନାସ୍ବାମୀରେ କୋହଲି 2,700 ରନ ଆଇପିଏଲ୍‌ରୁ ସଂଗ୍ରହ କରିଛନ୍ତି । ଆଇପିଏଲ୍‌ରେ ଅନ୍ୟ କୌଣସି ବ୍ୟାଟର କୌଣସି ଗୋଟିଏ ସ୍ଥାନରେ 2000 ରନ ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦୁବେ-ଜୟସ୍ବାଲଙ୍କ ବିସ୍ଫୋରଣରେ ଅଚେତ ଆଫଗାନିସ୍ତାନ, ସିରିଜ୍‌ କବ୍‌ଜା କଲା ଭାରତ

ଭାରତୀୟ ଦଳ ଏହି ସିରିଜ୍‌ ଆଗୁଆ କବ୍‌ଜା କରି ସାରିଛି । ଏହାପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ 25 ଜାନୁଆରୀରୁ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ତେବେ ଆଫଗାନିସ୍ତାନ ବିପକ୍ଷରେ ଏହି ମ୍ୟାଚ୍‌ ଟି20 ବିଶ୍ବକପ୍‌ ପୂର୍ବରୁ ଭାରତ ପାଇଁ ଶେଷ ଟି20 ମ୍ୟାଚ୍‌ । ଏହାପରେ ଟିମ୍‌ ଇଣ୍ଡିଆ ସିଧାସଳଖ ଟି20 ବିଶ୍ବକପ୍‌ ହିଁ ଖେଳିବ । ଏଥିପାଇଁ ଏହି ସିରିଜ୍‌ ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି ସାରିଛନ୍ତି । ତେବେ ଦୀର୍ଘ 14 ମାସ ପରେ ଭାରତୀୟ ଟି20 ଦଳକୁ ରୋହିତ ଓ କୋହଲି ଫେରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ରୋହିତ ରନ୍‌ ଆଉଟ୍‌ ହେବାପରେ 2ୟ ମ୍ୟାଚ୍‌ରେ ସେ ଖାତା ଖୋଲିବାରେ ମଧ୍ୟ ସକ୍ଷମ ହୋଇପାରିନାହାନ୍ତି । ହେଲେ 2ୟ ମ୍ୟାଚ୍‌ରେ ଟି20 ଫର୍ମାଟ୍‌କୁ ଫେରି କୋହଲି ଆରମ୍ଭରୁ ହିଁ ଆକ୍ରାମକ ଢଙ୍ଗରେ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details