ମୁମ୍ବାଇ: ବିଦାୟ ନେଇଥିବା ବର୍ଷ 2023 ଭାରତୀୟ ଦଳ ପାଇଁ ବେଶ ଖାସ୍ ଥିଲା । ଦିନିକିଆ ବିଶ୍ବକପ୍ 2023 ଓ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ପରାଜୟକୁ ବାଦ୍ ଦେଲେ ଏହି ବର୍ଷ ଭାରତୀୟ ଦଳକୁ ଅନେକ ସଫଳତା ପ୍ରଦାନ କରିଛି । ଟିମ୍ ଇଣ୍ଡିଆ ପାଇଁ ଏକ ବ୍ୟସ୍ତବହୁଳ ବର୍ଷ ରହିଥିଲା 2023 । ତେବେ 2024 ମଧ୍ୟ ମେନ୍ ଇନ୍ ବ୍ଲ୍ୟୁ ପାଇଁ ବେଶ ବିଜି ରହିବ । ଏହି ବର୍ଷ ଭାରତ ମୋଟ 15ଟି ଟେଷ୍ଟ ମ୍ୟାଚ୍, 18 ଟି20 ଓ 3ଟି ଦିନିକିଆ ଖେଳିବ । ନଜର ପକାନ୍ତୁ ଭାରତୀୟ ଦଳର 2024 ସେଡ୍ୟୁଲ ଉପରେ...
ଭାରତୀୟ ଦଳ ପାଇଁ 2024ର ପ୍ରସ୍ତାବିତ ସେଡ୍ୟୁଲ୍: ଗତ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି ଭାରତୀୟ ଦଳ । ଡିସେମ୍ବର ମାସ ଶେଷ ସପ୍ତାହରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଶେଷ ହୋଇଥିବାବେଳେ 2ୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ 3ରୁ ଖେଳିବ ଭାରତ । ଏହାପରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ । ଘରୋଇ ମାଟିରେ ଆଫଗାନିସ୍ତାନ ସହ ଭାରତକୁ 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳା ଖେଳିବା ନେଇ ରହିଛି ସୂଚୀ । ତେବେ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଭାରତୀୟ ଦଳ ଘରୋଇ ମାଟିରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ।
ଏହା ମଧ୍ୟ ପଢ଼ନ୍ତୁ...ସଚିନ ଓ ବିରାଟଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ଲାୟନ
ଏପ୍ରିଲରୁ ମେ' ରେ ଖେଳାଯିବ ଆଇପିଏଲ୍ 2024: ଏପ୍ରିଲ ଓ ମେ' ମାସରେ ଭାରତୀୟ ଖେଳାଳିମାନେ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ଆଇପିଏଲ୍ 2024ରେ ବ୍ୟସ୍ତ ରହିବେ । ଆଇପିଏଲ୍ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଧମାଲ କରିବ ଓ ନୂଆ ଖେଳାଳିଙ୍କୁ ସାମ୍ନାକୁ ଆଣିବ ବୋଲି ସମସ୍ତେ ଆଶାବାଦୀ । ପ୍ରତିବର୍ଷ ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ କ୍ରିକେଟକୁ ନୂଆ ତାରକା ବାହାରି ଆସନ୍ତି ।