ନୂଆଦିଲ୍ଲୀ: ଓପନର କେଏଲ ରାହୁଲଙ୍କୁ ମିଳିଲା ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ପଦ(vice-captaincy)। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ ରାହୁଲ ।
BCCIର ଜାତୀୟ ଚୟନକର୍ତ୍ତା ରୋହିତ ଶର୍ମାଙ୍କୁ ଟେଷ୍ଟ ଉପ-ଅଧିନାୟକ ଭାବେ ନିଯୁକ୍ତ କରିଥିଲେ । ମାତ୍ର ମାଂସପେଶୀ ଜନିତ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ରୋହିତ । ଫଳରେ କୋହଲିଙ୍କ ଡେପୁଟି ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନଜର ଆସିବେ ରାହୁଲ ।