ହାଇଦ୍ରାବାଦ:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା । ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଲେ ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳ ଅଧିନାୟକ ଭାର ସମ୍ଭାଳିବେ । ଏହାକୁ ନେଇ ବିସିସିଆଇ ଟ୍ବିଟ୍ କରି ସୂଚନା ଦେଇଛି । ସ୍ପିନର କୁଲଦୀପ ଯାଦବ ମଧ୍ୟ ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଛନ୍ତି ।
Ind vs SA T20 Series: ଆହତ ହୋଇ ସିରିଜ୍ରୁ ବାଦ୍ ପଡ଼ିଲେ ରାହୁଲ ଓ କୁଲଦୀପ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା । ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଲେ ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ଅଧିକ ପଢ଼ନ୍ତୁ
BCCI ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, 'ଆହତଜନିତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବେ ନାହିଁ କେ.ଏଲ ରାହୁଲ । ତାଙ୍କ ସ୍ଥାନରେ ଋଷଭ ପନ୍ତ ଦଳର ନେତୃତ୍ବ ନେବେ । ପୂର୍ବରୁ ସେ ଭାରତୀୟ ଦଳର ଉପଅଧିନାୟକ ଘୋଷଣା ହୋଇଥିବାରୁ ତାଙ୍କୁ ଅଧିନାୟକ ଭାର ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଉପ ଅଧିନାୟକ ରହିବେ । '
ଏହାକୁ ନେଇ BCCI ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ରାହୁଲ ଆହତ ହେବାପରେ ଭାରତ ପାଇଁ ଇଶାନ କିଷନଙ୍କ ସହ ଋତୁରାଜ ଗାୟକୱାଡ୍ ଓପନ କରିପାରନ୍ତି । ଗୁରୁବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ ।