ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନେଲ ୱାଗନର ନେଲେ କୋଭିଡ-19 ଭ୍ୟାକସିନର ପ୍ରଥମ ଡୋଜ୍ । ୱାଗନର ତୌରଙ୍ଗାରେ ମଙ୍ଗଳବାର ଭ୍ୟାକସିନର ପ୍ରଥମ ଡୋଜ ନେଇଥିବା ବ୍ଲାକକାପ୍ସ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।
ନ୍ୟୁଜିଲାଣ୍ଡ ଟିମ୍ର ଇଂଲଣ୍ଡ ଗସ୍ତ ପୂର୍ବରୁ ସ୍କ୍ବାଡରେ ଥିବା 20 ଖେଳାଳିଙ୍କ ମଧ୍ୟରୁ 15 ଜଣ ଟିକା ନେଇସାରିଛନ୍ତି । କେନ ୱିଲିୟମସନ, ଟ୍ରେଣ୍ଟ ବୋଲ୍ଟ, କେଲ ଜେମିଏସନ ଓ ମିଚେଲ ସାଣ୍ଟନର ଭାରତରେ ଆଇପିଏଲ ଖେଳୁଥିବାରୁ ଟିକା ନେଇପାରି ନାହାନ୍ତି ।