ମୁମ୍ବାଇ:ଚଳିତ ICC ମହିଳା ODI ବିଶ୍ବକପ 2022 ସେମିଫାଇନାଲରୁ ବାଦ୍ ପଡିଛି ଭାରତ । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମିତାଲି ରାଜଙ୍କ ନେତୃତାଧୀନ ୱମେନ ଇନ୍ ବ୍ଲୁ ଉଦ୍ଦେଶ୍ୟରେ ଏକ ସାନ୍ତ୍ବନାମୂଳକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ଚଳିତ ICC ମହିଳା ODI ବିଶ୍ବକପ 2022ରେ ରବିବାର ଦକ୍ଷିଣ ଆଫ୍ରିକା ୩ ୱିକେଟରେ ହରାଇବା ପରେ ଗତଥରର ଉପବିଜେତା ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା ।
ଏହାପରେ ଭାରତୀୟ ଶିବିରରେ ନିରାଶ ଖେଳିଯାଇଥିଲା । କ୍ୟାପେଟନ ମିତାଲି ରାଜଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଦୁଃଖିତ ଦେଖାଯାଇଥିଲା । ମେଗା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦିନ ପରେ ସଚିନ ଭାରତୀୟ ମହିଳା ଟିମ ଉଦ୍ଦେଶ୍ୟରେ ଟ୍ବିଟ୍ରେ ଲେଖିଛନ୍ତି, "ଭାରତୀୟ ଟିମ ନିଜର ପ୍ରଦର୍ଶନ ପାଇଁ ଗର୍ବିତ ହେବା ଉଚିତ୍ । ଆମେ ଜାଣିଛୁ ତୁମେ ତୁମର ଯଥାସମ୍ଭବ ଚେଷ୍ଟା କରିଛ ଓ ଶ୍ରେଷ୍ଠ ପ୍ରଦର୍ଶନ କରିଛ । ସର୍ବଦା ନିଜର ମୁଣ୍ଡ ଉଚ୍ଚା ରଖ । ସର୍ବଦା ଆମେ ସମର୍ଥନ କରିବୁ ।"