ଓଡିଶା

odisha

By ETV Bharat Odisha Team

Published : Dec 9, 2023, 10:02 PM IST

ETV Bharat / sports

ମହିଳା ପ୍ରିମିୟର ଲିଗ୍‌ ନିଲାମୀ: ଇତିହାସ ରଚିଲେ କାଶ୍ବୀ ଗୌତମ, ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

WPL 2024 Mini Auction: ସରିଲା WPL 2024 ପାଇଁ ମିନି ନିଲାମୀ ପ୍ରକ୍ରିୟା । ଭାରତର ଅନ୍‌କ୍ୟାପ୍‌ଡ୍‌ ପ୍ଲେୟାର କାଶ୍ବୀ ଗୌତମ ବନିଲେ ସବୁଠାରୁ ଦାମୀ ଅନ୍‌କ୍ୟାପ୍‌ଡ୍‌ ଖେଳାଳି । ଗୌତମଙ୍କୁ ୨ କୋଟିରେ କିଣିଲା ଗୁଜରାଟ ଜିଆଣ୍ଟସ୍‌ । ଜାଣନ୍ତୁ ଆଉ କେଉଁ ଖେଳାଳି କେଉଁ ଦଳକୁ ଗଲେ । ଅଧିକ ପଢ଼ନ୍ତୁ

ମହିଳା ପ୍ରିମିୟର ଲିଗ୍‌ ନିଲାମୀରେ ଇତିହାସ ରଚିଲେ କାଶ୍ବୀ ଗୌତମ
ମହିଳା ପ୍ରିମିୟର ଲିଗ୍‌ ନିଲାମୀରେ ଇତିହାସ ରଚିଲେ କାଶ୍ବୀ ଗୌତମ

ମୁମ୍ବାଇ: ମହିଳା ପ୍ରମିୟର ଲିଗ୍‌ ୨୦୨୪ (WPL 2024) ପାଇଁ ଶେଷ ହୋଇଛି ନିଲାମୀ ପ୍ରକ୍ରିୟା । ମୁମ୍ବାଇରେ ଆୟୋଜିତ ଏହି ନିଲାମୀ ପ୍ରକ୍ରିୟାରେ ଭାରତର ଅନ୍‌କ୍ୟାପ୍‌ଡ୍‌ ପ୍ଲେୟାର କାଶ୍ବୀ ଗୌତମ ରଚିଛନ୍ତି ଇତିହାସ । ଡବ୍ଲ୍ୟୁପିଏଲ୍‌ରେ ସବୁଠାରୁ ଦାମୀ ଅନ୍‌କ୍ୟାପ୍‌ଡ୍‌ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଗୌତମ । ତାଙ୍କୁ ନିଜ ଦଳରେ ନେବା ପାଇଁ ଗୁଜରାଟ ଜିଆଣ୍ଟସ୍‌, ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଟଣା ଓଟରା ଲାଗିଥିଲେ ମଧ୍ୟ ଶେଷରେ କାଶ୍ବୀ ଗୌତମଙ୍କୁ ୨ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଗୁଜରାଟ । ଏହା ସହିତ ଗୌତମ WPL ଇତିହାସରେ ସବୁଠୁ ମହଙ୍ଗା ଅନ୍‌କ୍ୟାପ୍‌ଡ୍‌ ପ୍ଲେୟାର ଭାବେ ଇତିହାସ ସୃଷ୍ଟି କରିଛନ୍ତି । ସେହିଭଳି ବୃନ୍ଦା ଦୀନେଶ ଦ୍ବିତୀୟ ମହଙ୍ଗା ଅନକ୍ୟାପ୍‌ଡ୍‌ ଖେଳାଳି ଭାବରେ ୟୁପି ୱାରିୟର୍ସ ସହ ଯୋଡ଼ି ହୋଇଛନ୍ତି । ତାଙ୍କୁ ୧.୩ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି ୟୁପି । ନଜର ପକାନ୍ତୁ WPL 2024 ପାଇଁ ମିୱନି ଅକ୍ସନରେ କେଉଁ ଦଳରେ ସାମିଲ ହୋଇଛନ୍ତି କେଉଁ ଖେଳାଳି..

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB): ଜର୍ଜିଆ ୱାରେହମ୍ (୪୦ ଲକ୍ଷ), କେଟ୍‌ କ୍ରସ୍‌ (୩୦ ଲକ୍ଷ), ଏକ୍‌ତା ବିଶ୍ (୬୦ ଲକ୍ଷ), ଶୁଭ ସତୀଶ (୧୦ ଲକ୍ଷ), ଏସ୍‌ ମେଘ୍‌ନା (୩୦ ଲକ୍ଷ), ସିମ୍ରନ୍ ବାହାଦୂର (୩୦ ଲକ୍ଷ), ସୋଫି ମୋଲିନେକ୍ସ (୩୦ ଲକ୍ଷ)

ଦିଲ୍ଲୀ କ୍ୟାପିଟାଲ୍ସ (DC): ଏନାବେଲ ସଦରଲାଣ୍ଡ (୨ କୋଟି), ଅପର୍ଣ୍ଣା ମଣ୍ଡଳ (୧୦ ଲକ୍ଷ), ଅଶ୍ବିନୀ କୁମାରୀ (୧୦ ଲକ୍ଷ)

ଗୁଜରାଟ୍‌ ଜିଆଣ୍ଟସ୍‌ (GG): ଫୋବି ଲିଚ୍‌ଫିଲ୍ଡ (୧ କୋଟି), ମେଘ୍‌ନା ସିଂହ (୩୦ ଲକ୍ଷ), ତ୍ରିଶା ପୂଜିତା (୧୦ ଲକ୍ଷ), କାଶ୍ବୀ ଗୌତମ (୨ କୋଟି), ପ୍ରିୟା ମିଶ୍ର (୨୦ ଲକ୍ଷ), ଲରେନ୍‌ ଚିଟଲ୍‌ (୩୦ ଲକ୍ଷ), କ୍ୟାଥ୍ରିନ୍‌ ବ୍ରାଇସ୍ (୧୦ ଲକ୍ଷ), ମନ୍ନତ କାଶ୍ୟପ (୧୦ ଲକ୍ଷ), ବେଦ କୃଷ୍ଣମୂର୍ତ୍ତି (୩୦ ଲକ୍ଷ), ତାର୍ନମ୍ ପଠାନ୍ (୧୦ ଲକ୍ଷ)

ୟୁପି ୱାରିୟର୍ସ (UPW): ବୃନ୍ଦା ଦୀନେଶ (୧.୩ କୋଟି), ଡାନିଏଲ ୱାୟଟ୍ (୩୦ ଲକ୍ଷ), ଗୌହର ସୁଲତାନା (୩୦ ଲକ୍ଷ), ପୁନମ୍‌ ଖେମନାର୍‌ (୧୦ ଲକ୍ଷ), ସାଇମା ଠାକୁର (୧୦ ଲକ୍ଷ)

ମୁମ୍ବାଇ ଇଣ୍ଡିଆନ୍ସ (MI): ଶବ୍‌ନିମ ଇସ୍‌ମାଇଲ୍‌ (୧.୨୦ କୋଟି), ଅମନ୍‌ଦୀପ କୌର (୧୦ ଲକ୍ଷ), ଏସ୍‌ ସଞ୍ଜନା (୧୫ ଲକ୍ଷ), ଫାତିମା ଜାଫର (୧୦ ଲକ୍ଷ), କିର୍‌ଥାନା ବାଲକ୍ରିଷ୍ଣନ୍ (୧୦ ଲକ୍ଷ)

ଏହା ମଧ୍ୟ ପଢ଼ନ୍ତୁ...ମହିଳା ପ୍ରିମିୟର ଲିଗ୍‌ ୨୦୨୪, ଆଜି ମୁମ୍ବାଇରେ ନିଲାମୀ ପ୍ରକ୍ରିୟା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details