ଓଡିଶା

odisha

ETV Bharat / sports

୬୪ ବର୍ଷରେ କପିଲ ଦେବ, ଭାରତକୁ ଦେଇଥିଲେ ପ୍ରଥମ ବିଶ୍ବକପ - First World Cup Winning Captain

ବର୍ଷ ୧୯୮୩ ମସିହାରେ ଦେଶକୁ ବିଶ୍ବ ବିଜେତା କରାଇ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଥିଲେ କପିଲ ଦେବ । ଆଜି ଏହି କ୍ରିକେଟ କିମ୍ବଦନ୍ତୀ 64 ବର୍ଷରେ ପର୍ଦାପଣ କରିଛନ୍ତି । ଅଧିକ ପଢନ୍ତୁ

କିମ୍ବଦନ୍ତୀ କ୍ରିକେଟର କପିଲ ଦେବ
କିମ୍ବଦନ୍ତୀ କ୍ରିକେଟର କପିଲ ଦେବ

By

Published : Jan 6, 2023, 9:13 PM IST

ହାଇଦ୍ରାବାଦ:64 ବର୍ଷରେ ପାଦ ଥାପିଲେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ୧୯୫୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି କ୍ରିକେଟ କିମ୍ବଦନ୍ତୀ । ବର୍ଷ ୧୯୮୩ ମସିହାରେ ଦେଶକୁ ବିଶ୍ବ ବିଜେତା କରାଇ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଥିଲେ କପିଲ ଦେବ । ତାଙ୍କ ନେତୃତ୍ବରେ ଭାରତ ହାତେଇଥିଲା ପ୍ରଥମ ଦିନିକିଆ ବିଶ୍ବକପ । ତେବେ ନଜର ପକାନ୍ତୁ ଭାରତର ଏହି କିମ୍ବଦନ୍ତୀ କ୍ରିକେଟଙ୍କ ସଂଘର୍ଷ କାହାଣୀ ଉପରେ...

ବର୍ଷ ୧୯୮୩ ବିଶ୍ବକପରେ ଭାରତୀୟ ଦଳର କମାଣ କପିଲ ଦେବଙ୍କ ହାତରେ ରହିଥିଲା । ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପରେ ସେ ଅନେକ ରେକର୍ଡ ତାଙ୍କ ନାମରେ କରିଛନ୍ତି । ଖାଲି ସେତିକି ନୁହେଁ ଜଣେ ଫାଷ୍ଟ ବୋଲର ହିସାବରେ ସେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ BCCI ତାଙ୍କୁ ଶୁଭେଚ୍ଛା ଜଣାଇଛି । ଏହା ସହିତ ଅନ୍ୟ କ୍ରିକେଟର ମଧ୍ୟ ତାଙ୍କୁ ତାଙ୍କ ଜନ୍ମ ଦିନ ପାଇଁ ଶୁଭକାମନା ଜଣାଇଛନ୍ତି ।

କପିଲ ଦେବ ଦିନିକିଆ ବିଶ୍ବକପ ଜିତିଥିବା ସବୁଠାରୁ ଯୁବ ଅଧିନାୟକ ଥିଲେ (First World Cup Winning Captain) । ସେ ମାତ୍ର ୨୪ ବର୍ଷ ବୟସରେ ଭାରତକୁ ପ୍ରଥମ ବିଶ୍ବକପ ବିଜୟର ସ୍ବାଦ ଚଖାଇଥିଲେ । ୧୯୮୩ ମସିହାରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇ ଭାରତକୁ ବନାଇଥିଲେ ବିଶ୍ବ ବିଜେତା । ଆଜିର ସେହି ସ୍ମରଣୀୟ ମୁହୂର୍ତ୍ତ କୋଟିକୋଟି ଭାରତୀୟଙ୍କ ମନରେ ତାଜାରେ ହୋଇ ରହିଛି । ସେ ତାଙ୍କ କ୍ୟାରିଅରରେ ୧୩୧ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୨୨୫ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ସେ ମୋଟ ୯,୦୩୧ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଛନ୍ତି । ଏହା ସହିତ ୬୮୭ ୱିକେଟ ଅକ୍ତିଆର କରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ତାଙ୍କୁ ହରିୟାଣା ହରିକେନ (Kapil Dev Haryana Hurricane) ନାମରେ ମଧ୍ୟ ଜଣାଯାଏ । କାରଣ ସେ ହରିୟାଣା ଟିମ ତରଫରୁ ରଣଜୀ ମ୍ୟାଚ ଖେଳିଥିଲେ । ସେ ତାଙ୍କ ହରିୟାଣା ଟିମ ତରଫରୁ ଘରୋଇ କ୍ରିକେଟ ଖେଳି ବେଶ୍ ପ୍ରଶଂସା ସାଉଁଟିଥିଲେ ।

ଇଂଲିସ କାଉଣ୍ଟି ୱଷ୍ଟରସର ଏବଂ ନର୍ଥହେମ୍ପଟନସର ପାଇଁ ମଧ୍ୟ କପିଲ ଦେବ କ୍ରିକେଟ ଖେଳିଛନ୍ତି । ବର୍ଷ ୧୯୯୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି ପୂର୍ବତନ ଅଧିନାୟକ । ସେହି ସମୟରେ ସେ ଟେଷ୍ଟ କ୍ରିକେଟରେ ଅଧିକ ୱିକେଟ ହାତେଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ୧୩୧ଟି ଟେଷ୍ଟ ମ୍ୟାଚରେ ୫୨୪୮ ରନ ସଂଗ୍ରହ କରିଥିବା ବେଳେ ୪୩୪ଟି ୱିକେଟ ମଧ୍ୟ ନେଇଥିଲେ । କପିଲ ଦେବ ଜଣେ ଏମିତି ପ୍ରତିଭାବାନ କ୍ରିକେଟର ଥିଲେ ଯିଏକି, ୫୦୦୦ରୁ ଅଧିକ ରନ ଏବଂ ୪୦୦ରୁ ଅଧିକ ୱିକେଟ ହାତେଇଥିଲେ । ସେହିପରି ଦିନିକିଆରେ ୨୨୫ଟି ମ୍ୟାଚ ଖେଳି ୩୭୮୩ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । କପିଲ ଦେବ ବର୍ଷ ୧୯୮୩ ହକି ବିଶ୍ବକପରେ ଜିମ୍ବାୱେ ବିପକ୍ଷ ଏକ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ।

ABOUT THE AUTHOR

...view details