କାନପୁର:ଭାରତ ନିୟନ୍ତ୍ରଣରେ କାନପୁର ଟେଷ୍ଟ । ଦ୍ବିତୀୟ ଇଂନିସ(2nd innings) ୨୩୪/୭ରେ ଘୋଷଣା କରିବା ସହ ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ୍ର ବିଜୟ ଲକ୍ଷ୍ୟ(Target) ରଖିଲା ଭାରତ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୪/୧ ରହିଛି । ଫଳରେ ମ୍ୟାଚ୍ର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଛି ଟିମ ଇଣ୍ଡିଆ ।
ପୂର୍ବରୁ ଦ୍ବିତୀୟ ଇଂନିସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଘରୋଇ ଟିମ ୧୯.୪ ଓଭରରେ ୫୧/୫ ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ଶ୍ରେୟସ ଆୟର, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ ଲଢୁଆ ପ୍ରଦର୍ଶନ ସହ ଭାରତକୁ ଦୃଢ ସ୍ଥିତିକୁ ନେଇଯାଇଥିଲେ ।
୮୪/୫ରୁ ଦ୍ବିତୀୟ ସେସନ ଖେଳ ଆରମ୍ଭ କରିଥିଲା ଭାରତ । ଶ୍ରେୟସ ଆୟର ଓ ରବିଚନ୍ଦ୍ର ଅଶ୍ବିନ ଅଧିକ ୧୯ ରନ ଯୋଡିବା ପରେ ମ୍ୟାଚ୍ର ୪୦ତମ ଓଭରରେ ୩୨ ରନ୍ର ଇଂନିସ ଖେଳି କେଏଲ ଜେମିଏସନଙ୍କ ଶିକାର ହୋଇଥିଲେ ଅଶ୍ବିନ । ପରେ ରିଦ୍ଧିମାନ ଶାହା ବ୍ୟାଟିଂ ପାଇଁ ଆସିଥିଲେ । ଶ୍ରେୟସ ଆୟରଙ୍କ ସହ ମିଶି ଶାହା, ସପ୍ତମ ୱିକେଟ ଯୋଡିରେ ୬୪ ରନ୍ର ଉପଯୋଗୀ ଭାଗିଦାରୀ କରିଥିଲେ । ତେବେ ମ୍ୟାଚ୍ର ୬୧ତମ ଓଭରରେ ଟିମ ସାଉଦୀଙ୍କ ଦ୍ବାରା ଆୟର ୬୫ ରନ୍ର ଇଂନିସ ଖେଳି ପାଭିଲିଅନ ଫେରିଥିଲେ ।
ଏହା ମଧ୍ୟ ପଢନ୍ତୁ:- India vs New Zealand: ଅଲୋଡା ରେକର୍ଡର ସମକକ୍ଷ ପୂଜାରା, ରାହାଣେଙ୍କ ସଂଘର୍ଷ ଜାରି