ଓଡିଶା

odisha

By

Published : Dec 16, 2022, 4:07 PM IST

ETV Bharat / sports

ନ୍ୟୁଜିଲାଣ୍ଡର ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିଲେ ୱିଲିୟମସନ, ସାଉଦି ନୂଆ କ୍ୟାପ୍ଟେନ

ନ୍ୟୁଜିଲାଣ୍ଡର ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିଲେ କେନ୍‌ ୱିଲିୟମସନ । ନିଜ ଦଳକୁ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଜିତଥିବା କେନ୍‌ ୱିଲିୟମସନ ହେଉଛନ୍ତି ନ୍ୟୁଜିଲାଣ୍ଡର ସବୁଠାରୁ ସଫଳତମ ଟେଷ୍ଟ ଅଧିନାୟକ । ତେବେ ସେ ଏହି ପଦ ଛାଡ଼ିବା ପାଇଁ ନିଷ୍ପତି ନେବାପରେ ଟିମ ସାଉଦିଙ୍କୁ ନ୍ୟୁଜିଲାଣ୍ଡର ଟେଷ୍ଟ ଅଧିନାୟକ ଭାବେ ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡର ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିଲେ ୱିଲିୟମସନ, ସାଉଦି ନୂଆ କ୍ୟାପ୍ଟେନ
ନ୍ୟୁଜିଲାଣ୍ଡର ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିଲେ ୱିଲିୟମସନ, ସାଉଦି ନୂଆ କ୍ୟାପ୍ଟେନ

ୱେଲିଂଟନ:ନ୍ୟୁଜିଲାଣ୍ଡରଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କେନ ୱିଲିୟମସନ୍‌। ତାଙ୍କ ଅଧିନାୟକତ୍ବରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନସିପ (World Test Championship) ଟ୍ରଫି ଜିତିଥିଲା । ନ୍ୟୁଜିଲାଣ୍ଡର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହେଉଛନ୍ତି ୱିଲିୟମସନ । ତେବେ ସେ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତି ନେଇଛନ୍ତି । ଏହାପରେ ଦ୍ରୁତ ବୋଲର ଟିମ୍‌ ସାଉଦିଙ୍କୁ ନୂତନ ଅଧିନାୟକ ଘୋଷଣା କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ଼ ।

ଏନେଇ ୱିଲିୟମସନ କହିଛନ୍ତି, "ନ୍ୟୁଜିଲାଣ୍ଡ ହେଉଛି ଟେଷ୍ଟ ଫର୍ମାଟର ଏକ ସଫଳ ଦଳ । ଏହାର ଅଧିନାୟକତ୍ବ କରିବା ମୋ ପାଇଁ ଗର୍ବର ବିଷୟ ଥିଲା । ମୋ ପାଇଁ କ୍ରିକେଟରେ ଟେଷ୍ଟ ଫର୍ମାଟ ସବୁଠାରୁ ଉଚ୍ଚରେ ରହିବ । ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ଚ୍ୟାଲେଞ୍ଜକୁ ମୁଁ ଗ୍ରହଣ କରିଛି ଓ ଏହାର ଖୁବ ମଜା ନେଇଛି । ଅଧିନାୟକ ଭାବରେ ପଡ଼ିଆ ଭିତରେ ଓ ବାହାରେ ମଧ୍ୟ ଅତିରିକ୍ତ କାର୍ଯ୍ୟଭାର ରହିଥାଏ । ଆସନ୍ତା ଦୁଇ ବର୍ଷରେ ଦୁଇଟି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ବର୍ତ୍ତମାନ ଟେଷ୍ଟ ଅଧିନାୟକ ପଦ ଛାଡ଼ି ସୀମିତ ଓଭର ଫର୍ମାଟରେ ଫୋକସ କରିବା ଜରୁରୀ ।"

ବିଗତ ୬ ବର୍ଷରେ ୱିଲିୟମସନ ନିଜ ଅଧିନାୟକତ୍ବରେ ସମୁଦାୟ ଖେଳିଥିବା ୪୦ ଟେଷ୍ଟରୁ ରେକର୍ଡ ସଂଖ୍ୟକ ୨୨ଟି ମ୍ୟାଚ୍‌ ଜିତିଛନ୍ତି । ଅନ୍ୟ ୧୮ ଟେଷ୍ଟରୁ ୧୦ଟି ହାରିଥିବାବେଳେ ୮ଟି ଡ୍ର ହୋଇଥିଲା । ତାଙ୍କ ଅଧିନାୟକତ୍ବରେ ଗତବର୍ଷ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନ (World Test Champion) ହୋଇଥିଲା । ଏହାପରେ ଟିମ୍‌ ସାଉଦି ନ୍ୟୁଜିଲାଣ୍ଡର ୩୧ତମ ଟେଷ୍ଟ ଅଧିନାୟକ ହେବେ । ତାଙ୍କ ଅଧିନରେ ନ୍ୟୁଜିଲାଣ୍ଡ ଚଳିତ ମାସରେ ପାକିସ୍ତାନରେ ଦୁଇଟି ଟେଷ୍ଟ ଖେଳିବାକୁ ଯାଉଛି । ତେବେ ନିଜର ନୂଆ ଦାୟିତ୍ବ ନେଇ ଖୁସି ବ୍ୟକ୍ତ କରିବା ସହିତ ୱିଲିୟମସନଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଟିମ୍‌ ସାଉଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details