ହାଇଦ୍ରାବାଦ:ଚଳିତ ଟି-୨୦ ବିଶ୍ବକପ୍ରେ ବିଜୟୀ ହୋଇ ପାକିସ୍ତାନକୁ ପରାଜୟର ସ୍ବାଦ ଚଖାଇଛି ଚମ୍ପିଆନ ଟିମ୍ ଇଂଲଣ୍ଡ । ବ୍ରିଟିଶ ଦଳର ଅଧିନାୟକ ଜୋସ୍ ବଟଲର (England Captain Jos Buttler)ଙ୍କ ଅଧିନାୟକତ୍ବକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ବଟଲର୍ ଅଧିନାୟକ ଭାବେ ପ୍ରଥମ ଥର ପାଇଁ ବିଶ୍ବକପ୍ରେ (Jos Buttler wins first world cup as captain in T20 WC) ଖେଳୁଥିବା ବେଳେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ନେତୃତ୍ବରେ ଦଳ ଆଜି ବିଶ୍ବକପ୍ର ଚମ୍ପିଆନ ହୋଇଛି ।
ବଟଲରଙ୍କୁ ଅଧିନାୟକତ୍ବକୁ ପ୍ରଶଂସା:-
୨୦୨୨ ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ଦଳର ଦୋଷ ଦୁର୍ବଳତାକୁ ପରଖିବା ଓ ସଠିକ ଓଭରରେ ଯୋଗ୍ୟ ବୋଲରଙ୍କୁ ବୋଲିଂ ପାଇଁ ଦେବାରେ ମାହିର ଥିଲେ ବଟଲର୍ (Jos Buttler captaincy) । ଚମ୍ପିଆନ ହେବା ପାଇଁ ତାଙ୍କ ହୋମୱାର୍କ ଦଳର ପ୍ରଦର୍ଶନରେ ସ୍ପଷ୍ଟ ବାରି ହେଉଥିଲା । ଯାହାକୁ ବିପକ୍ଷ ଦଳର କ୍ରିକେଟରମାନେ ମଧ୍ୟ ପ୍ରଶଂସା କରିଥିଲେ । ଇଂଲଣ୍ଡ ଟି୨୦ ବିଶ୍ବକପ୍ ଇତିହାସରେ ମୋଟ ୨୧ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ୧୨ଟିରେ ବିଜୟୀ ହୋଇଛି । ୨୦୨୨ ଟି୨୦ ବିଶ୍ବକପ୍ରେ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଟିମ ହୋଇଛି ।