ଲଣ୍ଡନ: "ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ବାରମ୍ବାର ଆହତ ହେବା ଏକ ଚିନ୍ତାର ବିଷୟ ।" ଏଭଳି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର ନାସିର ହୁସେନ । କହୁଣୀରେ ଆଘାତ ଯୋଗୁଁ ଜୋଫ୍ରା ଆର୍ଚର ଭାରତ ବିପକ୍ଷରେ ଟି-20 ସିରିଜ ସହ ଆଇପିଏଲରୁ ବାଦ ପଡ଼ିଥିଲେ । ତାଙ୍କ ଡାହାଣ ହାତ କହୁଣୀର ଅସ୍ତ୍ରୋପଚାର କରାଯାଇଛି ।
ଏହାକୁ ନେଇ ନାସିର ହୁସେନ କହିଛନ୍ତି ଯେ, "ଏହା ଯେକୌଣସି କ୍ରିକେଟର ପାଇଁ ଏକ ଚିନ୍ତାର ବିଷୟ । ବାରମ୍ବାର କୌଣସି କ୍ରିକେଟର ଆହତ ହେବାକୁ ଚାହେଁ ନାହିଁ । ବିଶେଷ କରି ଜଣେ ଫାଷ୍ଟ ବୋଲରଙ୍କ ପକ୍ଷରେ ଏହା ଅତ୍ୟନ୍ତ କଷ୍ଟକର ଦିନ । ଜୋଫ୍ରା ଆର୍ଚର ଜଣେ ବୁଦ୍ଧିମାନ ଫାଷ୍ଟ ବୋଲର । ଗତ ସପ୍ତାହରେ ସେ ସସେକ୍ସ ପକ୍ଷରୁ ଖେଳି ଦମଦାର ପ୍ରଦର୍ଶନ କରିଛନ୍ତି । ଟି-20 ବିଶ୍ବକପ ପୂର୍ବରୁ ଇଂଲଣ୍ଡ ତାଙ୍କୁ ଜାତୀୟ ଦଳରେ ସାମିଲ କରିବାକୁ ଚାହିଁବ । ଏହାସହ ଆଗକୁ ଆସେସ ସିରିଜ ଆସୁଛି, ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟ କରିବେ ନିଶ୍ଚୟ ।"