ଓଡିଶା

odisha

ETV Bharat / sports

'ଦ ହଣ୍ଡ୍ରେଡ୍‌'ରେ ଭାଗ ନେବେ ଭାରତୀୟ ବ୍ୟାଟର ଜେମିମା ରୋଡ୍ରିଗ୍ସ

'ଦ ହଣ୍ଡ୍ରେଡ୍‌' କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରମୁଖ ବ୍ୟାଟର ଜେମିମା ରୋଡ୍ରିଗ୍ସ । ଏଥିପାଇଁ ସେ ନର୍ଦର୍ଣ୍ଣ ସୁପରଚାର୍ଜର୍ସ୍‌ ଦଳ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Jul 29, 2023, 9:41 PM IST

'ଦ ହଣ୍ଡ୍ରେଡ୍‌'ରେ ଭାଗ ନେବେ ଭାରତୀୟ ବ୍ୟାଟର ଜେମିମା ରୋଡ୍ରିଗ୍ସ
'ଦ ହଣ୍ଡ୍ରେଡ୍‌'ରେ ଭାଗ ନେବେ ଭାରତୀୟ ବ୍ୟାଟର ଜେମିମା ରୋଡ୍ରିଗ୍ସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରମୁଖ ବ୍ୟାଟର ଜେମିମା ରୋଡ୍ରିଗ୍ସ 'ଦ ହଣ୍ଡ୍ରେଡ୍‌' କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଶୁକ୍ରବାର ସେ ନର୍ଦର୍ଣ୍ଣ ସୁପରଚାର୍ଜର୍ସ୍‌ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ହିଦର ଗ୍ରାହାମ ଓହରିଯିବା ପରେ ସୁପରଚାର୍ଜର୍ସ୍‌ ଜେମିମାଙ୍କୁ ନିଜ ଦଳରେ ସାମିଲ୍‌ କରିଛି । ସେ କ୍ରମାଗତ ଭାବେ ତୃତୀୟ ଥର ସୁପରଚାର୍ଜର୍ସ୍‌ ଦଳ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ଜେମିମା ଚତୁର୍ଥ ଭାରତୀୟ ଭାବେ 'ଦ ହଣ୍ଡ୍ରେଡ୍‌' ଖେଳିବେ । ପୂର୍ବରୁ ଟ୍ରେଣ୍ଟ ରକେଟ୍ସ ଦଳରୁ ହର୍‌ମନପ୍ରୀତ କୌର, ସାଉଦର୍ଣ୍ଣ ବ୍ରେଭ୍‌ ପକ୍ଷରୁ ସ୍ମୃତି ମାନ୍ଧାନା ଏବଂ ଲଣ୍ଡନ ସ୍ପିରିଟ୍‌ ପକ୍ଷରୁ ରିଚା ଘୋଷ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।

ତେବେ ଇଂଲଣ୍ଡର ପେସାଦାର ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ 'ଦ ହଣ୍ଡ୍ରେଣ୍ଡ୍‌'ର ତୃତୀୟ ସଂସ୍କରଣ ଆସନ୍ତା ଅଗଷ୍ଟ ୧ରୁ ଆରମ୍ଭ ହୋଇ ୨୭ ତାରିଖ ଶେଷ ହେବ । ୧୦୦ ବଲ୍‌ ଫର୍ମାଟ୍‌ରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରତି ମ୍ୟାଚ୍‌ ଖେଳାଯାଏ । ତେବେ ପୂର୍ବ ୨ଟି ସଂସ୍କରଣରେ ମଧ୍ୟ ସୁପରଚାର୍ଜର୍ସ୍‌ ଦଳ ସଦସ୍ୟ ରହିଥିଲେ ଜେମିମା । ଏପରିକି ପ୍ରଥମ ସଂସ୍କରଣରେ ସେ ଦ୍ବିତୀୟ ସର୍ବାଧିକ ରନ୍‌ ହାସଲକାରୀ ବ୍ୟାଟର ରହିଥିଲେ । ସେହି ସଂସ୍କରଣରେ ସେ ୭ଟି ମ୍ୟାଚ୍‌ ଖେଳି ୨୪୯ ରନ୍‌ ସଂଗ୍ରହ କରିଥିଲେ । ତେବେ ଦ୍ବିତୀୟ ସଂସ୍କରଣରେ ଜେମିମା ମାତ୍ର ୨ଟି ମ୍ୟାଚ୍‌ ଖେଳିଥିବା ବେଳେ ଆହତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ ।

ଏଗା ମଧ୍ୟ ପଢ଼ନ୍ତୁ...ଭାରତୀୟ ମହିଳା କ୍ରିକେଟରେ ଇତିହାସ, କାରବିୟାନ୍‌ ଲିଗ୍‌ ଖେଳିବେ ଶ୍ରେୟଙ୍କା ପାଟିଲ୍‌

ପ୍ରକାଶ ଥାଉକି, ଭାରତୀୟ ପୁରୁଷ କ୍ରିକେଟରଙ୍କୁ ବିଦେଶରେ ଟି୨୦ ଲିଗ୍ ଖେଳିବାକୁ ଅନୁମତି ନାହିଁ । ହେଲେ ମହିଳା କ୍ରିକେଟର୍‌ଙ୍କ ପାଇଁ ଏହି ନିୟମକୁ କୋହଳ କରିଛି ବିସିସିଆଇ । ପୂର୍ବରୁ ଅନେକ ଭାରତୀୟ ମହିଳା କ୍ରିକେଟର ବିଦେଶରେ ବିଭିନ୍ନ ଲିଗ୍ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଅଧିନାୟକ ହରମନପ୍ରୀତ୍ କୌର, ଉପଅଧିନାୟକ ସ୍ମୃତି ମାନ୍ଧାନା, ଜୋମିମା ରୌଡ୍ରିଗ୍ସ, ଶେଫାଳୀ ବର୍ମା ଏବଂ ରିଚା ଘୋଷ ପ୍ରମୁଖଙ୍କ ସମେତ ଅନେକ ମହିଳା ଖେଳାଳୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଆୟୋଜିତ ଲିଗ୍ ଖେଳିଛନ୍ତି । ଏପରିକି ପ୍ରଥମ ଭାରତୀୟ କ୍ରିକେଟର ଭାବେ କାରବିୟାନ୍‌ ପ୍ରିମିୟର୍‌ ଲିଗ୍‌ରେ ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲ୍ ଖେଳିବା ନେଇ ଚୁକ୍ତିବଦ୍ଧ ହୋଇଛନ୍ତି । ଗାଏନା ଆମାଜନ୍ ୱାରିୟର୍ସ ଦଳ ଶ୍ରେୟଙ୍କାଙ୍କୁ ନିଜ ଦଳରେ ସାମିଲ କରିଛି । ଏହି ଟି୨୦ ଲିଗ୍‌ର ଚଳିତ ବର୍ଷର ସଂସ୍କରଣ ଆସନ୍ତା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details