ହାଇଦ୍ରାବାଦ: ଭାରତୀୟ ଷ୍ଟାର ମହିଳା କ୍ରିକେଟର ଜେମିମା ରୋଡ୍ରିଗସଙ୍କୁ ( Star Indian batter Jemimah Rodrigues ) ମିଳିବ ଆଇସିସି "ପ୍ଲେୟର ଅଫ ଦି ମନ୍ଥ" ଆୱାର୍ଡ । ଅଗଷ୍ଟରେ ଖେଳାଯାଇଥିବା ରାଜ୍ୟ ଗୋଷ୍ଠୀକ୍ରୀଡାରେ ଦମଦାରର ପ୍ରଦର୍ଶନ ପାଇଁ ଜେମିମା ରୋଡ୍ରିଗସ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ( Monday nominated for the ICC 'Player of the Month' award ) । ଏହା ସହିତ ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିଆର ଦୁଇ ମହିଳା କ୍ରିକେଟର ବେଥ ମୁନୀ ( Beth Mooney ) ଏବଂ ତାହିଲା ମ୍ୟାକଗ୍ରାଥ (Tahlia McGrath) ମଧ୍ୟ ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ଅଗଷ୍ଟରେ ଖେଳାଯାଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜେମିମାହ ରୋଡ୍ରିଗସ ଭାରତୀୟ ମହିଳା କ୍ରିକେଟ ଟିମର ମେରୁଦଣ୍ଡ ସାଜିଥିଲେ । ଷ୍ଟାର ବ୍ୟାଟର ଜେମିମାହ ରୋଡ୍ରିଗସଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇପାରିଥିଲା । ଜେମିମାହ ପାଞ୍ଚଟି ମ୍ୟାଚ ଖେଳି ୧୪୬ ରନ ସଂଗ୍ରହ କରିଥିଲେ । ଏହା ସହିତ ରନ ସଂଗ୍ରହ ପଏଣ୍ଟ ଟେବୁଲରେ ସେ ପଞ୍ଚମ ସ୍ଥାନରେ ରହିଥିଲେ । ଜେମିମା ରୋଡ୍ରିଗସ ବାରବାଡୋସ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ୪୬ ବଲରୁ ୫୬ ରନର ଇନିଂସ ଖେଳି ଭାରତୀୟ ବ୍ୟାଟର ହିସାବରେ ଶୀର୍ଷ ସ୍ତାନରେ ରହିଥିଲେ । ପରିଣାମ ସ୍ବରୁପ ଭାରତ ମହିଳା କ୍ରିକେଟ ଟିମ ସେମିଫାଇନାଲକୁ ପ୍ରବେଶ କରିବାର ସଫଳ ହୋଇପାରିଥିଲା ।