ଓଡିଶା

odisha

ETV Bharat / sports

ACC AGM: ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି - ବିିସିସିଆଇ ସମ୍ପାଦକ ଜୟ ଶାହା ନ୍ୟୁଜ

ଗୋଟିଏ ବର୍ଷ ବୃଦ୍ଧିହେଲା ଏସିଆନ କ୍ରିକେଟ କାଉନସିଲ(ACC)ର ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ । କଲମ୍ବୋରେ ଅନୁଷ୍ଠିତ ACCର ବାର୍ଷିକ ସାଧାରଣ ପରିଷଦ ବୈଠକ(AGM)ରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି । ଅଧିକ ପଢନ୍ତୁ

Jay Shah's term as Asian Cricket chief extended by a year
ACC AGM: ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି

By

Published : Mar 19, 2022, 6:01 PM IST

ମୁମ୍ବାଇ: ଗୋଟିଏ ବର୍ଷ ବୃଦ୍ଧିହେଲା ଏସିଆନ କ୍ରିକେଟ କାଉନସିଲ(ACC)ର ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ । କଲମ୍ବୋରେ ଅନୁଷ୍ଠିତ ACCର ବାର୍ଷିକ ସାଧାରଣ ପରିଷଦ ବୈଠକ(AGM)ରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ହୋଇଛି । ଗୋଟିଏ ବର୍ଷ ଅର୍ଥାତ ୨୦୨୪ AGM ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ଶାହା । ଏହି ନିଷ୍ପତ୍ତି ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର(BCCI) ସମ୍ପାଦକ ଅଛନ୍ତି ଜୟ ଶାହା ।

ଗତବର୍ଷ ଜାନୁଆରୀ ମାସରେ ବାଂଲାଦେଶ କ୍ରିକେଟ ବୋର୍ଡର(BCB) ସଭାପତି ନାଜମୁଲ ହସନଙ୍କ କାର୍ଯ୍ୟକାଳ ଶେଷ ପରେ ACCର ଦାୟିତ୍ବ ନେଇଥିଲେ ଶାହା । ଫଳରେ ସର୍ବକନିଷ୍ଠ ପ୍ରଶାସକ ଭାବେ ତାଙ୍କୁ ACCର ପୁନଃ ଦାୟିତ୍ବ ମିଳିଛି ।

ଏସିଆନ କ୍ରିକେଟ କାଉନସିଲ(ACC)ର ବାର୍ଷିକ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଶାହା କହିଥିଲେ, ପୁଣି ଥରେ ମୋ ଉପରେ ଭରସା କରିଥିବାରୁ ACCର ସମସ୍ତ ସାଥୀ ସଦସ୍ୟ କୃତଜ୍ଞତା । ନମ୍ରତାର ସହିତ ଏହି ସମ୍ମାନକୁ ଗ୍ରହଣ କରୁଛି । ସଂଗଠିତ ଭାବେ ଉନ୍ନତି ଓ କ୍ରିକେଟର ପ୍ରସାର ସହ ACCର ସମ୍ମାନକୁ ବୃଦ୍ଧି କରିବାକୁ ଅଧିକ ପରିଶ୍ରମ କରିବାକୁ ପ୍ରତିବଦ୍ଧ ।

ACC ସଭାପତି ଭାବେ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପ୍ରଥମେ ପ୍ରସ୍ତାବ ରଖିଥିଲେ ଶ୍ରୀଲଙ୍କା କ୍ରିକେଟ(SLC) ସଭାପତି ସାମି ସିଲଭା । ଏହାପରେ ଏହି ପ୍ରସ୍ତାବକୁ ACCର ଅନ୍ୟ ସଦସ୍ୟମାନେ ସର୍ବସମ୍ମତିରେ ଗ୍ରହଣ କରିନେଇଥିଲେ ।

IANS

ABOUT THE AUTHOR

...view details