ଓଡିଶା

odisha

ETV Bharat / sports

ଫିଟ୍ ହେଲେ ବୁମରା, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଖେଳିବେ - ଜଶପ୍ରିତ ବୁମରା

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଦଳକୁ ଫେରିଲେ ଷ୍ଟାର ଫାଷ୍ଟ ବୋଲର ଜଶପ୍ରିତ ବୁମରା । ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ଖେଳିବେ ବୁମରା ।

ଫାଷ୍ଟ ବୋଲର  ଜଶପ୍ରିତ ବୁମରା
ଫାଷ୍ଟ ବୋଲର ଜଶପ୍ରିତ ବୁମରା

By

Published : Jan 3, 2023, 3:53 PM IST

Updated : Jan 3, 2023, 4:28 PM IST

ହାଇଦ୍ରାବାଦ:ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଦଳକୁ ଫେରିଲେ ଷ୍ଟାର ଫାଷ୍ଟ ବୋଲର ଜଶପ୍ରିତ ବୁମରା । ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ଖେଳିବେ ବୁମରା । ଏନେଇ ବିସିସିଆଇ ଆଜି (ମଙ୍ଗଳବାର) ସୂଚନା ଦେଇଛି ।

ଟିମ ଇଣ୍ଡିଆର ବୋଲିଂ ବ୍ୟାକବୋନ୍ ବୁମରା ଆହତ ଜନିତ ସମସ୍ୟା ନେଇ ଟିମ୍ ଇଣ୍ଡିଆରୁ ବାଦ ପଡିଥିଲେ । ଏବେ ସେ ସୁସ୍ଥ ହୋଇ ଟିମ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଏଥର ଦେଖିବାକୁ ମିଳିବ ବୁମରାଙ୍କ ଦମଦାର ସୋ । ଘରୋଇ ମାଟିରେ ଖେଳାଯିବାଥିବା ଏହି ଦିନିକିଆ ସିରିଜରେ ଜଶପ୍ରିତ ବୁମରାଙ୍କ ନାମ ସାମିଲ କରିଛି ବିସିସିଆଇ ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ BCCI ପୂର୍ବରୁ ସ୍କ୍ବାଡ ଘୋଷଣା କରିଥିଲା । ଆଜି ଦିନିକିଆ ସ୍କ୍ବାଡରେ ବୁମରାଙ୍କ ନାମକୁ ସାମିଲ କରାଯାଇଛି । ଜାନୁଆରୀ ୧୦ ତାରିଖରେ ପ୍ରଥମ ଦିନିକିଆ ଗୌହାଟୀରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖ କୋଲକାତାରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୧୫ ତାରିଖ ତ୍ରିଭେନ୍ଦ୍ରମରେ ଖେଳାଯିବ ।

୨୯ ବର୍ଷିୟ ବୁମରା ଆହତ କାରଣରୁ ୨୦୨୨ ଟି୨୦ ବିଶ୍ବକପରୁ ବାଦ ପଡିଥିଲେ । ସେ ବେଙ୍ଗାଲୁର ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଥିଲେ । ଏବେ NCA ବୁମରାଙ୍କୁ ଫିଟ୍ ଘୋଷଣା କରିଛି । ଏହା ପରେ ବିସିସିଆଇ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ବାଡରେ ସାମିଲ କରିଛି । ସେପଟେ ଆଜିଠୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଯୁବ ଟିମ ଇଣ୍ଡିଆ । ସନ୍ଧ୍ୟା ୭ ଟା ବେଳେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କା ମୁହାଁମୁହିଁ ହେବେ ।

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦିନିକିଆ ସ୍କ୍ବାଡ୍‌

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, କେଏଲ ରାହୁଲ, ଇଶାନ କିଷାନ, ୱାଶିଂଟନ ସୁନ୍ଦର, ୟୁଜିବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ, ଜଶପ୍ରିତ ବୁମରା ।

Last Updated : Jan 3, 2023, 4:28 PM IST

ABOUT THE AUTHOR

...view details