ନୂଆଦିଲ୍ଲୀ:ଯଶପ୍ରୀତ ବୁମରା ଏବେ ଏହି ନାମକୁ ଟିକେ ଚର୍ଚ୍ଚା ଅଧିକ । ଦୀର୍ଘ 326 ଦିନରୁ ଅଧିକ ସମୟ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ନେଇ ସଫଳ ହୋଇଥିଲେ ବୁମରା । ଏହାପରେ ଏସିଆକପରେ ପାକିସ୍ତାନ ବିପକ୍ଷରେ ଯେତିକି ସମୟ ବ୍ୟାଟିଂ କରିଥିଲେ ତାହା ବେଶ ଉପଯୋଗୀ ଥିଲା । ଦୀର୍ଘ ଦିନ ପରେ ଯଶପ୍ରୀତ ବୁମରାଙ୍କ କମବ୍ୟାକ ଭାରତୀୟ ଦଳ ପାଇଁ ଶୁଭଙ୍କର ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ତଥା ବୋଲିଂ କୋଚ ଭାରତ ଅରୁଣ ।
326 ଦିନ ଅର୍ଥାତ 11ମାସ ପରେ ଭାରତୀୟ ଦଳକୁ ବୁମରାଙ୍କ କମବ୍ୟାକ ନେଇ ‘ଇଟିଭି ଭାରତ’କୁ ଭାରତୀୟ ପୂର୍ବତନ ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି,'' ଯଶପ୍ରୀତ ବୁମରାଙ୍କ କମବ୍ୟାକ ଭାରତ ପାଇଁ ବଡ ଖବର । ଖାଲି ପେସ ବୋଲର ନୁହଁନ୍ତି ରବିଚନ୍ଦ୍ର ଅଶ୍ବିନୀ, କୁଳଦୀପ ଯାଦବ, ୟୁଝବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ଜଣେ ଜଣେ ୱାର୍ଲ୍ଡକ୍ଲାସ ପ୍ଲେୟାର । ମୁଁ ବହୁତ ଭାଗ୍ୟବାନ ସେମାନଙ୍କ ମେଣ୍ଟ ହୋଇଥିବାରୁ । ଯଶପ୍ରୀତ ବୁମରାଙ୍କ କମବ୍ୟାକ ଭାରତ ପାଇଁ ଏକ ବଡ ଖବର । ଏହାଛଡା ଦଳରେ ମହମ୍ମଦ ସାମି ଅଛନ୍ତି । ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି ।''
ଭାରତ ପାକିସ୍ତାନ ଏସିଆ କପ ମ୍ୟାଚକୁ ନେଇ ପୂର୍ବତନ ବୋଲିଂ କୋଚ କହିଛନ୍ତି ଏହା ଏକ ହାଇପ୍ରୋଫାଇଲ ମ୍ୟାଚ ଯାହାକୁ ଦେଖିବାକୁ ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କର ନଜର ରହିଛି । ଏହି ମ୍ୟାଚକୁ ନେଇ ସମସ୍ତ ଚାପରେ ରହିଥାନ୍ତି । ଯେତେବେଳ ଭାରତ ପାକିସ୍ତାନ ମ୍ୟାଚ ଚାଲିଥାଏ ଆପଣ କାହାକୁ ବି ବାହାରି ବୁଲୁଥିବାର ଦେଖିବାକୁ ପାଇବେ ନାହିଁ ସମସ୍ତେ ଟେଲିଭିଜନ ଆଗରେ ବସିଥାନ୍ତି ।''
ଗତକାଲି (ଶନିବାର) ଏସିଆ କପ ତୃତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଭାରତ 266ରନ କରି ଅଲଆଉଟ ହୋଇଥିଲା । 10 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଯଶପ୍ରୀତ ବୁମରା ଆଉଟ ହୋଇଥିଲେ ସୁଦ୍ଧା 14 ବଲରେ ଉପଯୋଗୀ 16 ରନ କରି ଦଳୀୟ ସ୍କୋରକୁ 266ରେ ପହଞ୍ଚାଇଥିଲେ । ମାତ୍ର ବୋଲିଂ ଯାଦୁ ଦେଖାଇ ପାରିନଥିଲେ । ବର୍ଷା ହେବାକୁ ପାକିସ୍ତାନ ବ୍ୟାଟିଂ ପାଇଁ ଓହ୍ଲାଇ ପାରିନଥିଲା । ଫଳରେ ମ୍ୟାଚ ଡ୍ର ରହିଥିଲା । ଭାରତ ଓ ପାକିସ୍ତାନ ପଏଣ୍ଟ ଭାଗ କରିଥିଲେ ।
ଏହା ବି ପଢନ୍ତୁ...Asia Cup 2023: ବର୍ଷା ଧୋଇନେଲା ପ୍ରଶଂସକଙ୍କ ଆଶା, ଭାରତ ଆଗରେ ନେପାଳ ବିଜୟ ଶେଷ ରାସ୍ତା, ସୁପର 4ରେ ପାକିସ୍ତାନ
ଏହା ବି ପଢନ୍ତୁ...ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା
ପ୍ରକାଶ ଥାଉ କି, ଅଗଷ୍ଟ 18 ରୁ 23 ତାରିଖ ଯାଏ ଆୟର୍ଲାଣ୍ଡ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିଥିଲା ଭାରତ । ଏହା ନେତୃତ୍ବ ନେଇଥିଲେ ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା । ଦୀର୍ଘ 326 ଦିନ ଅର୍ଥାତ 11ମାସ ପରେ ଦଳକୁ କମବ୍ୟାକ କରି ଦଳର କମାଣ ସମ୍ଭାଳିଥିଲେ ବୁମରା । ତାଙ୍କ ନେତୃତ୍ବରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ 2-0ରେ ସିରିଜ ଜିତିଥିଲା ଭାରତ । ପ୍ରଥମ ଓ ଦ୍ବିତୀୟ ମ୍ୟାଚ ଜିତି ଭାରତ କ୍ଲିନ ସୁଇପ ଲଷ୍ୟରେ ରହିଥିଲା ମାତ୍ର ବର୍ଷା କାରଣରୁ ତୃତୀୟ ଟି-ଟ୍ବେଣ୍ଟି ବାତିଲ ହୋଇଥିଲା । ଫଳରେ ଭାରତ 2-0ରେ ସିରିଜ କବଜା କରିଥିଲା । ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ସଫଳ ଅଧିନାକତ୍ବ ସହ ମୋଟ 4ଟି ୱିକେଟ ହାସଲ କରିଥିଲେ ।