ବର୍ମିଂହାମ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ଶେଷ ମ୍ୟାଚ୍ରେ ଅଧିନାୟକ ଘୋଷିତ ହୋଇଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରା । ରୋହିତ ଶର୍ମା କିଛି ଦିନ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ଜୁଲାଇ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ । ଏଥିପାଇଁ ତାଙ୍କ ସ୍ଥାନରେ ଜଶପ୍ରୀତ ବୁମରାଙ୍କୁ ଅଧିନାୟକ ଭାର ଓ ଋଷଭ ପନ୍ତଙ୍କୁ ଉପଅଧିନାୟକ ଭାର ଦିଆଯାଇଛି ।
Ind vs Eng 5th Test: ବୁମରା କ୍ୟାପଟେନ, ପନ୍ତଙ୍କୁ ଉପଅଧିନାୟକ ଦାୟିତ୍ୱ - ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ରୁ ବାଦ ପଡ଼ିଲେ ରୋହିତ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ଶେଷ ମ୍ୟାଚ୍ରେ ଅଧିନାୟକ ହେଲେ ଜଶପ୍ରୀତ ବୁମ୍ରା । ଋଷଭ ପନ୍ତଙ୍କୁ ଉପଅଧିନାୟକ ଭାର ଦିଆଯାଇଛି । ଅଧିକ ପଢ଼ନ୍ତୁ

ଗତ ବର୍ଷ ଏହି ଟେଷ୍ଟ ସିରିଜ୍ ଆରମ୍ଭ ହୋଇଥିଲେ ୪ଟି ମ୍ୟାଚ୍ ମଧ୍ୟରୁ ଭାରତ ଏଥିରେ ୨-୧ରେ ଆଗୁଆ ଅଛି । ଶେଷ ମ୍ୟାଚ୍ ଭାରତ ଡ୍ର କିମ୍ବା ବିଜୟୀ ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବ ଭାରତ । କାରଣ ୨୦୦୭ ପରଠୁ ଭାରତ ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ ।
ସେପଟେ ରୋହିତ ଶର୍ମା ଦଳରୁ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ଙ୍କୁ ଦଳରେ ସାମିଲ କରାଯାଇଛି । ବରିଷ୍ଠ ଖେଳାଳି କେ.ଏଲ ରାହୁଲ ଓ ରୋହିତ ଶର୍ମା ଦଳରେ ନଥିବାରୁ ଟିମ୍ ଇଣ୍ଡିଆ ପାଇଁ ଓପେନିଂ କିଏ କରିବ ତାହା ଚିନ୍ତାର କାରଣ ପାଲଟିଛି । ସେପଟେ ଦଳ ପାଇଁ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିବ ।