ହାଇଦ୍ରାବାଦ: ଦେଶରେ କୋରୋନାର ଦ୍ବିତୀୟ ଲହର ଭୟାବହତା ବଢିବାରେ ଲାଗିଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶନିବାର ଦେଶବାସୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପିଲ କରିଛନ୍ତି । ଏହି ସଂକଟ ସମୟରେ ସମସ୍ତଙ୍କୁ ଏକାଠି ହୋଇ ମହାମାରୀ କୋଭିଡ-19 ବିରୁଦ୍ଧରେ ଲଢେଇ କରିବାକୁ ହେବ କହିଛନ୍ତି ଜାଡେଜା ।
ଏଥିସହ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିସ୍ବାର୍ଥପର ସେବାକୁ ମଧ୍ୟ ସାଲ୍ୟୁଟ କରିଛନ୍ତି । ସିଏସକେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ସ୍ବାସ୍ଥ୍ୟ ସେବା ଧୀରେଧୀରେ ଭୁଷୁଡିବାରେ ଲାଗିଛି ଓ କୋଭିଡ-19ର ଗମ୍ଭୀର ସ୍ଥିତିରେ ଅନେକ ଜୀବନ ବିପଦରେ ରହିଛି ।