ଓଡିଶା

odisha

ETV Bharat / sports

ଗାଙ୍ଗୁଲିଙ୍କ 25 ବର୍ଷ ତଳର ରେକର୍ଡ ଭାଙ୍ଗିଲେ କନୱେ - ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଡେବ୍ୟୁ ମ୍ୟାଚରେ ଅପରାଜିତ 200 ରନର ଇଂନିସ ଖେଳି ରେକର୍ଡ କରିଛନ୍ତି କନୱେ । ଅଧିକ ପଢନ୍ତୁ...

It is surreal: NZ opener Conway after breaking Ganguly's record
ଗାଙ୍ଗୁଲିଙ୍କ 25 ବର୍ଷ ତଳର ରେକର୍ଡ ଭାଙ୍ଗିଲେ କନୱେ

By

Published : Jun 3, 2021, 8:09 PM IST

ଲଣ୍ଡନ: ନ୍ୟୁଜିଲାଣ୍ଡ ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ଏକ ବିରଳ ରେକର୍ଡକୁ ଭଙ୍ଗ କରିଛନ୍ତି । ଲର୍ଡ୍ସ ଗ୍ରାଉଣ୍ଡରେ ଟେଷ୍ଟ ଡେବ୍ୟୁ ମ୍ୟାଚରେ ସର୍ବାଧିକ ରନ୍‌ର ଗାଙ୍ଗୁଲିଙ୍କ 25 ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଛି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଡେବ୍ୟୁ ମ୍ୟାଚରେ ଅପରାଜିତ 200 ରନର ଇଂନିସ ଖେଳି ରେକର୍ଡ କରିଛନ୍ତି କନୱେ । 1996 ଇଂଲଣ୍ଡ ଗସ୍ତରେ ଭାରତୀୟ ବ୍ୟାଟ୍ସମ୍ୟାନ ଗାଙ୍ଗୁଲି ଡେବ୍ୟୁ ମ୍ୟାଚରେ 131 ରନର ମାରାଥନ ଶତକୀୟ ଇଂନିସ ଖେଳିଥିଲେ ।

କନୱେ ଓ ଗାଙ୍ଗୁଲିଙ୍କ ବ୍ୟତୀତ ଅନ୍ୟ 4ଜଣ ଖେଳାଳିଙ୍କ ନାମରେ ମଧ୍ୟ ଲର୍ଡ୍ସରେ ଟେଷ୍ଟ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିବାର ରେକର୍ଡ ରହିଛି । ବର୍ଷ 1893ରେ ହେରୀ ଗ୍ରାହାମ ଅଷ୍ଟ୍ରେଲିଆ ପାଇଁ 107 ରନର ଇଂନିସ ଖେଳିବା ସହ ଏକମାତ୍ର ଅଣଇଂଲିସ ଖେଳାଳି ଭାବେ ଏହି ସଫଳତାର ଅଧିକାରୀ ରହିଛନ୍ତି । ଜନ ହମସ୍ପାୟର(1969ରେ 107), ଆଣ୍ଡ୍ରିୟୁ ଷ୍ଟ୍ରସ(2004ରେ 112) ଓ ମାଟ ପ୍ରାୟର(2007ରେ ଅପରାଜିତ 107) ଇଂଲିସ ଖେଳାଳି ଭାବେ ଲର୍ଡ୍ସ ଗ୍ରାଉଣ୍ଡରେ ଟେଷ୍ଟ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଛନ୍ତି ।

କନୱେଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ ଓ ଜୋହାନ୍ସବର୍ଗରେ ବଢିଛନ୍ତି । ମାତ୍ର 2017ରେ ସେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details